ଓଡିଶା

odisha

ETV Bharat / bharat

Miss Universe: 21 ବର୍ଷ ପରେ ଭାରତକୁ ମିସ୍‌ ୟୁନିଭର୍ସ ତାଜ, ହରନାଜ ବ୍ରହ୍ମାଣ୍ଡ ସୁନ୍ଦରୀ

ଭାରତୀୟ ଭାବେ ହରନାଜ ହୋଇଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ (Miss Universe 2021) । ୮୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି ପଞ୍ଜାବର ହରନାଜ ସାନ୍ଧୁ । ଇସ୍ରାଏଲରେ ଅନୁଷ୍ଠିତ ୭୦ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ସଫଳ ହୋଇଛନ୍ତି ହରନାଜ । ଅଧିକ ପଢନ୍ତୁ

By

Published : Dec 13, 2021, 9:25 AM IST

Updated : Dec 13, 2021, 2:56 PM IST

ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ହରନାଜ କୌର
ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଲେ ହରନାଜ କୌର

ଇସ୍ରାଏଲ: 21 ବର୍ଷ ପରେ ଭାରତକୁ ବ୍ରହ୍ମାଣ୍ଡ ସୁନ୍ଦରୀ ତାଜ । ଭାରତୀୟ ଭାବେ ହରନାଜ ହୋଇଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ (Miss Universe 2021) । ୮୦ ଜଣ ସୁନ୍ଦରୀଙ୍କୁ ପଛରେ ପକାଇ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି ପଞ୍ଜାବର ହରନାଜ ସାନ୍ଧୁ (Harnaaz Sandhu) । ଇସ୍ରାଏଲରେ ଅନୁଷ୍ଠିତ ୭୦ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ସଫଳ ହୋଇଛନ୍ତି ହରନାଜ । ମେକ୍ସିକୋର ଆଣ୍ଡିଆ ମେଜା ହରନାଜଙ୍କୁ ବିଜୟ ମୁକୁଟ ପିନ୍ଧାଇଛନ୍ତି ।

ହରନାଜ ବ୍ରହ୍ମାଣ୍ଡ ସୁନ୍ଦରୀ

୨୦୦୦ ମସିହାର ବଲିଉଡ ଅଭିନେତ୍ରୀ ଲାରା ଦତ୍ତ ବ୍ରହ୍ମାଣ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ । ଏହାପରେ ଭାରତର ଆଉ କୌଣସି ପ୍ରତିଯୋଗୀ ଏହି ସଫଳତା ଆଣିନଥିଲେ । ଏବେ ହରନାଜ୍ ୨୧ ବର୍ଷ ପରେ ଭାରତକୁ ଏହି ଗୌରବ ଆଣିଦେଇଛନ୍ତି । ଏହାକୁ ମିଶାଇ ଭାରତ ତୃତୀୟ ଥର ଏହି ଟାଇଟଲ ହାସଲ କରିଛି । ମିସ ପାରାଗୱେଙ୍କୁ ପଛରେ ପକାଇ ପ୍ରତିଯୋଗିତାରେ ହରନାଜ୍ କୌର ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମିସ୍ ସାଉଥ ଆଫ୍ରିକା ତୃତୀୟ ସ୍ଥାନରେ ରହିଛନ୍ତି ।

ହରନାଜ ବ୍ରହ୍ମାଣ୍ଡ ସୁନ୍ଦରୀ

ପ୍ରତିଯୋଗିତାର ତୃତୀୟ ରାଉଣ୍ଡରେ ସମସ୍ତ ପ୍ରତିଯୋଗୀ ସମାନ ଉତ୍ତର ଦେଇଥିଲେ । ଏହା ପରେ ଆଜିର ଯୁବଗୋଷ୍ଠୀ ସମ୍ମୁଖୀନ ହେଉଥିବା ଚାପରୁ ମୁକାବିଲା ପାଇଁ ଆପଣ କେଉଁ ପରାମର୍ଶ ଦେବେ ବୋଲି ଏକ ପ୍ରଶ୍ନ କରାଯାଇଥିଲା । ଉତ୍ତରରେ ହରନାଜ କହିଥିଲେ ବର୍ତ୍ତମାନ ସମୟରେ ଯୁବକଙ୍କର ବଡ ସମସ୍ୟା ହେଉଛି ନିଜ ଉପରୁ ଭରସା ଉଠିଯିବା । ସେମାନେ ଅନନ୍ୟ ଏବଂ ଏହା ତାଙ୍କୁ ଆହୁରି ସୁନ୍ଦର କରିଥାଏ । ନିଜକୁ ଅନ୍ୟ ସହ ତୁଳନା କରିବା ବନ୍ଦ କରିବାକୁ ପଡିବ । ନିଜ ପାଇଁ ମୁହଁ ଖୋଲିବାକୁ ପଡିବ । କାରଣ ସେମାନେ ତାଙ୍କ ଜୀବନର ଲିଡର । ଏହା ସେମାନଙ୍କୁ ବୁଝିବାକୁ ପଡିବ । ମୁଁ ନିଜ ଉପରେ ବିଶ୍ବାସ କରେ । ସେଥିପାଇଁ ଆଜି ଏହି ସ୍ଥାନରେ ଅଛି ବୋଲି କହିଥିଲେ ହରନାଜ । ଯାହା ବିଚାରକଙ୍କ ହୃହୟକୁ ଛୁଇଁଥିଲା ।

ଚଣ୍ଡୀଗଡର ସିଖ୍ ପରିବାରରେ ୨୧ ବର୍ଷୀୟ ହରନାଜଙ୍କ ଜନ୍ମ । ପବ୍ଲିକ ଆଡମିନଷ୍ଟ୍ରେସନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ୧୭ ବର୍ଷ ବୟସରୁ ଏହି ଯାତ୍ରା ଆରମ୍ଭ କରିଥିଲେ ହରନାଜ । ୨୦୨୧ରେ ଅକ୍ଟୋବରରେ ମିସ ୟୁନିଭର୍ସ ଇଣ୍ଡିଆ ଓ ମିସ ଡିଭା କ୍ରାଉନ ପିନ୍ଧିଥିଲେ । ୨୦୧୭ରେ ମିସ୍ ଚଣ୍ଡୀଗଡର ଟାଇଟଲ ହାସଲ କରିଥିଲେ । ଏହା ପରେ ୨୦୧୮ରେ ହରନାଜ୍ ମ୍ୟାକ୍ସ ଇମର୍ଜିଂ ଷ୍ଟାର ଇଣ୍ଡିଆ ତାଜ୍ ହାସଲ କରିଥିଲେ । ୨୦୧୯ରେ ସେ ମିସ୍ ଇଣ୍ଡିଆ ଭାଗ ନେଇଥିଲେ ଆଉ ଟପ୍ ୧୨ରେ ସ୍ଥାନ ପକ୍କା କରିଥିଲେ । ସେ ପଞ୍ଜାବର ୩ଟି ଫିଲ୍ମରେ ଅଭିନୟ କରିଛନ୍ତି ।

ପ୍ରକାଶ ଥାଉ କି, ହରନାଜଙ୍କ ପୂର୍ବରୁ ୧୯୯୪ରେ ସୁସମିତା ସେନ ଓ ଏହାର ୬ ବର୍ଷ ପରେ ୨୦୦୦ ମସିହାରେ ଲାରା ଦତ୍ତ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଥିଲେ । ଆଉ ଦୀର୍ଘ ୨୧ ବର୍ଷ ପରେ ହରନାଜ ସିନ୍ଧୁ ଏହି ସଫଳତା ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Dec 13, 2021, 2:56 PM IST

ABOUT THE AUTHOR

...view details