ନୂଆଦିଲ୍ଲୀ: ଦେଶରେ କୋରୋନା ଟୀକାକରଣ 39 କୋଟି ଅତିକ୍ରମ କରିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନାମିଳିଛି । ଦେଶରେ 39,13,40,156 ଡୋଜ ଟିକା ଦିଆସରିଛି । ସେଥିମଧ୍ୟରୁ 24 ଘଣ୍ଟା ମଧ୍ୟରେ 34, 97,058 ଟିକା ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା 1,02,59, 902 ସ୍ବାସ୍ଥ୍ୟସେବା କର୍ମଚାରୀ ପ୍ରଥମ ଡୋଜ ନେଇଥିବା ବେଳେ 74, 67, 814 ଜଣ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, 18ରୁ 44 ବର୍ଷ ବୟସର ବ୍ୟକ୍ତିଙ୍କୁ 11, 80, 17, 979 ପ୍ରଥମ ଡୋଜ ଦିଆଯାଇଥିବା ବେଳେ 42, 03, 947 ଦ୍ବିତୀୟ ଡୋଜ ଟିକା ଦିଆଯାଇଛି ।