ନୂଆଦିଲ୍ଲୀ:ମହାମାରୀ ବିରୋଧରେ ଜାରି ରହିଛି ଲଢେଇ । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଏବେ ଦେଶରେ ଟୀକାକରଣ 94.62 କୋଟି ଅତିକ୍ରମ କରିଛି । ଏହାରି ମଧ୍ୟରେ ଟୀକାକରଣ କ୍ଷେତ୍ରରେ ଏକ ନୂଆ ଇତିହାସ ସୃଷ୍ଟି କରିଛି ଭାରତ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
ଗୋଟିଏ ଦିନରେ 60 ଲକ୍ଷରୁ ଅଧିକ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ 60,66,412 କୋରୋନା ଭ୍ୟାକସିନ ହିତାଧିକାରୀଙ୍କୁ ଦିଆଯାଇଛି । ସେଥିମଧ୍ୟରୁ 30 ଲକ୍ଷ 66 ହଜାର 540 ପ୍ରଥମ ଡୋଜ ଦିଆଯାଇଥିବା ବେଳେ 29ଲକ୍ଷ 99 ହଜାର 872 ଦ୍ବିତୀୟ ଡୋଜ ଦିଆଯାଇଛି । ତେବେ, ଏ ପର୍ଯ୍ୟନ୍ତ ଦେଶରେ 94 କୋଟି 62 ଲକ୍ଷ 90 ହଜାର 307 ଟୀକାକରଣ ହୋଇସାରିଛି । ସେଥିମଧ୍ୟରୁ ପ୍ରଥମ ଡୋଜ 68,00,70,189 ରହିଥିବା ବେଳେ 26,62,20,118 ସେକେଣ୍ତ ଡୋଜ ରହିଛି ।