ଓଡିଶା

odisha

ETV Bharat / bharat

ଜାପାନ ପରେ ପ୍ରଥମ କରି ମୁମ୍ବାଇରେ ଆରମ୍ଭ ହେଲା Pod retiring room

ଭାରତୀୟ ରେଳବାଇ ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେସନରେ ପ୍ରଥମ କରି ଆରମ୍ଭ ହୋଇଛି ପୋଡ ରିଟେରନିଂ କକ୍ଷ । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

By

Published : Nov 18, 2021, 4:05 PM IST

'Pod' retiring rooms in Mumbai central station
'Pod' retiring rooms in Mumbai central station

ମୁମ୍ବାଇ: ସବୁ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି । ଭାରତୀୟ ରେଳ ମଧ୍ୟ ଏହି ଜ୍ଞାନ କୌଶଳକୁ ଆପଣେଇଛି । ଟ୍ରେନରେ ପଡିଛି ଚକା ଚକ ବେଡ । ଚାରିପାଖ ସଫା ସୁତୁରା । ଭାରତୀୟ ରେଳବାଇ ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେସନରେ ପ୍ରଥମ କରି ଆରମ୍ଭ ହୋଇଛି ପୋଡ ରିଟେରନିଂ କକ୍ଷ । ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

ରେଳମନ୍ତ୍ରୀ ରାଓସାହେବ ପାଟିଲ ଏହି ସେବାର ଶୁଭାରମ୍ଭ କରିଛନ୍ତି । ଏହି ପୋଡ ରୁମରେ ଫଟୋ ଟ୍ବିଟରରେ ସେୟାର କରି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ବର୍ତ୍ତମାନ ହିଁ ଭବିଷ୍ୟତ । ଜାପାନରେ ପ୍ରଥମେ ଏହି ସେବା ଆରମ୍ଭ ହୋଇଥିଲା । ପୋଡ୍ ରୁମ ସୁଲଭ ଦାମରେ ସୁବିଧା ଯୋଗାଇବ । ହୋଟେଲ ରୁମ ଭଳି ଏହା ଭ୍ରମ ସୃଷ୍ଟି କରୁଛି । ଜାପାନ ପରେ ଭାରତୀୟ ରେଳବାଇ ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେସନରେ ଏହାର ସର୍ବପ୍ରଥମ 'ପୋଡ' କୋଠରୀକୁ ଉନ୍ମୋଚନ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details