ଓଡିଶା

odisha

ମହାକାଶର 30 କିମି ଉପରେ ଉଡିଲା ତ୍ରିରଙ୍ଗା

By

Published : Aug 16, 2022, 12:39 PM IST

ଜଳ, ସ୍ଥଳ କି ଆକାଶ ନୁହେଁ ମହାକାଶରେ ତ୍ରିରଙ୍ଗା ଉଡିଛି । ଏକ ସାଟେଲାଇଟ୍‌ ତ୍ରିରଙ୍ଗା ଉଡାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ମହାକାଶରେ ଉଡିଲା ଜାତୀୟ ପତାକା
ମହାକାଶରେ ଉଡିଲା ଜାତୀୟ ପତାକା

ନୂଆଦିଲ୍ଲୀ:76 ତମ ସ୍ବାଧୀନତା ଦିବସ ପାଳନ କରିଛି ଭାରତ । ଦିଲ୍ଲୀରୁ ପଲ୍ଲୀ ପ୍ରତି ଘରେ ଶୋଭା ପାଇଛି ଜାତୀୟ ପତାକା । କାଶ୍ମୀରରୁ କନ୍ୟାକୁମାରୀ ବରଫ ପାହାଡଠୁ ନେଇ ଗଭୀର ଜଳ ସବୁ ତ୍ରିରଙ୍ଗାମୟ ହୋଇଛି । ଏହାରି ମଧ୍ୟରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି । ଜଳ, ସ୍ଥଳ କି ଆକାଶ ନୁହେଁ ମହାକାଶରେ ତ୍ରିରଙ୍ଗା ଉଡିଛି । ଏକ ସାଟେଲାଇଟ୍‌ ତ୍ରିରଙ୍ଗା ଉଡାଉଥିବା ଭିଡିଓରେ ଦେଖିବାକୁ ମିଳିଛି ।

ଏହି ଦୃଶ୍ୟ ଦେଶପ୍ରେମରେ ଉଦବୁଧ କରାଇଛି । ସ୍ବାଧିନତାର ଗାରିମା ବଖାଣିବା ପାଇଁ ପୃଥିବୀ ଠାରୁ ୩୦ କିଲୋମିଟର ଉଚ୍ଚତାରେ ଉଡିଛି ତ୍ରିରଙ୍ଗା ପତାକା । ସ୍ପେସ କିଡ୍‌ଜ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ଭିଡିଓରେ ପୃଥିବୀ ଠାରୁ ୩୦ କିମି ଉଚ୍ଚତାରେ ଜାତୀୟ ପତାକା ଉଡାଇ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହୋଇଛି ।

ସ୍ପେସ କିଡ୍‌ଜ ଇଣ୍ଡିଆ କହିଛି ଯେ, ''ଏହା ସେହି ସ୍ବତନ୍ତ୍ରତା ସେନାନୀଙ୍କୁ ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳିର ପ୍ରତୀକ ଯେଉଁମାନେ କି ଭାରତକୁ ଗୌରାବାନ୍ବିତ କରିବା ସହିତ ମହାନ୍‌ କରାଇଛନ୍ତି । ଏହା ସହିତ ଯେଉଁମାନେ ଦେଶକୁ ସୁରକ୍ଷା ଦେବା ପାଇଁ ପ୍ରତିଦିନ କଠୋର ପରିଶ୍ରମ କରୁଛନ୍ତି ସେମାନଙ୍କ ଏହା ଉତ୍ସର୍ଗୀକୃତ ।''

ସ୍ପେସ୍ କିଡଜ୍ ଇଣ୍ଡିଆ ହେଉଛି ଏକ ସଂଗଠନ ଯାହା ଦେଶ ପାଇଁ ଯୁବ ବୈଜ୍ଞାନିକ ସୃଷ୍ଟି କରିଛି । ଏବଂ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛି । ଏହି ସଂସ୍ଥା ନିକଟରେ ଲୋ ଆର୍ଥ କକ୍ଷପଥରେ ଏକ ଉପଗ୍ରହ ଉତକ୍ଷେପଣ କରିଛି । ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଇଁ ସମଗ୍ର ଭାରତରୁ 750 ବାଳିକା ଛାତ୍ରଙ୍କ ଦ୍ୱାରା ଆଜାଡିସାଟ (AzadiSAT) ବିକଶିତ କରାଯାଇଥିଲା ।

ABOUT THE AUTHOR

...view details