ଓଡିଶା

odisha

ETV Bharat / bharat

ଭାରତୀୟ ସୀମାକୁ ପଶି ଆସିଥିଲେ ପିଓକେ ଯୁବକ, ହସ୍ତାନ୍ତର କଲା ସେନା

ଭାରତୀୟ ସୀମାକୁ ଅନୁପ୍ରବେଶ କରିଥିବା ପିଓକେ ଯୁବକଙ୍କୁ ହସ୍ତାନ୍ତର କଲା ଭାରତୀୟ ସେନା । ମାନବିକତା ଦୃଷ୍ଟିରୁ ପାକିସ୍ତାନ ସେନା ହାତରେ ହସ୍ତାନ୍ତର କରିଛି ସେନା । ଅଧିକ ପଢନ୍ତୁ...

Indian Army repatriates PoK resident who had crossed over to India
ଭାରତୀୟ ସୀମାକୁ ପ୍ରବେଶ କରିଥିବା ପିଓକେ ଯୁବକଙ୍କୁ ହସ୍ତାନ୍ତର କଲା ଭାରତୀୟ ସେନା

By

Published : Apr 16, 2021, 7:52 AM IST

ଶ୍ରୀନଗର: ଭାରତୀୟ ସୀମାକୁ ଅନୁପ୍ରବେଶ କରିଥିବା ପିଓକେ ଯୁବକଙ୍କୁ ହସ୍ତାନ୍ତର କଲା ଭାରତୀୟ ସେନା । ଗୁରୁବାର ଭାରତୀୟ ସେନା ମାନବିକତା ଦୃଷ୍ଟିରୁ ତାକୁ ପାକିସ୍ତାନ ସେନା ହାତରେ ହସ୍ତାନ୍ତର କରିଛି ।

ପାକିସ୍ତାନ ଅଧିକୃତ କାଶ୍ମୀରର ଗୁଲାମ କ୍ବାଦିର ଏପ୍ରିଲ 11 ରବିବାର ଦିନ ଭାରତୀୟ ସୀମାକୁ ଅନୁପ୍ରବେଶ କରିଥିଲେ । ସେ ପିଓକେର ଘିମ ଅଞ୍ଚଳର ନିକିଆଲର ବୋଲି ଜଣାପଡିଛି । ଭାରତୀୟ ସୀମାକୁ ଅନୁପ୍ରବେଶ କରିବା ପରେ ଭାରତୀୟ ସେନା ତାକୁ ଗିରଫ କରିଥିଲା । ସେନା ନିଜ ହେପାଜତରେ ନେଇଥିଲା । ଏହାପରେ ପାକିସ୍ତାନ ସେନା ସହିତ ଯୋଗାଯୋଗ କରାଯାଇଥିଲା ଏବଂ ଦୁଇଦେଶରେ ସେନା ଉପସ୍ଥିତିରେ ତାଙ୍କୁ ଗୁରୁବାର ଅପ୍ରେଲ 15 ତାରିଖରେ ହସ୍ତାନ୍ତର କରାଯାଇଛି ।

ଏନେଇ ଭାରତୀୟ ସେନା ଏକ ବିଜ୍ଞପ୍ତିପ୍ରକାଶ କରି କହିଛି ଯେ, ମାନବିକତା ଦୃଷ୍ଟିକୋଣରୁ ଏଭଳି କାର୍ଯ୍ୟ କରାଯାଉଛି । ଉଭୟ ଦେଶରେ ଲୋକେ ବିଭିନ୍ନ ସମୟରେ ଏଭଳି ଅନୁପ୍ରବେଶ କରିଥାନ୍ତି । ସୂଚନାଥାଉକି ଭାରତ ପାକିସ୍ତାନ ସୀମାରେ ବହୁ ସମୟରେ ଏଭଳି ଅନୁପ୍ରବେଶର ନଜିର ରହିଛି । ଉଭୟ ସେନାର ଚୁକ୍ତି ଅନୁଯାୟୀ ଏଭଳି ଅନୁପ୍ରବେଶ କରିଥିବା ଲୋକଙ୍କୁ ତୁରନ୍ତ ହସ୍ତାନ୍ତର କରାଯିବା ବ୍ୟବସ୍ଥା କରାଯାଇଛି ।

@ANI

ABOUT THE AUTHOR

...view details