ଗୌହାଟୀ: ବାସ୍ତବିକ ନିୟନ୍ତ୍ରଣ ରେଖା (LAC)ରେ ଚୀନ ସହ ଜାରି ବିବାଦ ମଧ୍ୟରେ ସୀମାରେ ପିନାକା-ସ୍ମରଚ୍ (Pinaka-Smerch) ରକେଟ ଲଞ୍ଚର ସିଷ୍ଟମ ମୁତୟନ କରିଛି ଭାରତ । ମହାଦେବ ଶିବଙ୍କ ଧନୁ 'ପିନାକା' ନାଁରେ ରଖାଯାଇଥିବା ପିନାକା ମଲ୍ଟିପଲ ରକେଟ ଲଞ୍ଚରକୁ ଭାରତରେ ହିଁ ତିଆରି କରାଯାଇଛି । ଏହି ରକେଟ ଲଞ୍ଚରକୁ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ବିକଶିତ କରିଛି ।
ସୀମା ଡେଇଁଲେ ଡ୍ରାଗନକୁ ମିଳିବ ଜବାବ, ଆସାମରେ ମୁତୟନ ହେଲା Pinaka-Smerch - ବାସ୍ତବିକ ନିୟନ୍ତ୍ରଣ ରେଖା
ସୀମାରେ ପିନାକା ରକେଟ ଲଞ୍ଚର ମୁତୟନ କରିଛି ଭାରତ । ଭାରତର ଉତ୍ତର ସୀମାରେ ଚୀନ କ୍ରାମାଗତ ଚ୍ୟାଲେଞ୍ଜ ସଷ୍ଟି କରୁଛି । ପୂର୍ବରୁ ଚୀନ ସୀମା ସେପଟେ 100 ଟି ରକେଟ ଲଞ୍ଚର ସିଷ୍ଟମ ମୁତୟନ କରିଥିବା ସୂଚନା ରହିଛି । ଅଧିକ ପଢନ୍ତୁ...
ଭାରତର ଉତ୍ତର ସୀମାରେ ଚୀନ କ୍ରାମାଗତ ଚ୍ୟାଲେଞ୍ଜ ସଷ୍ଟି କରୁଛି । ସୀମା ଅତିକ୍ରମ କରି ଭାରତୀରେ ପ୍ରବେଶ କରିବାକୁ ଚେଷ୍ଟା କରୁଛି ଚୀନ । ଏଲଏସି ନିକଟରେ ଚୀନ ସେନାର ଗତିବିଧିକୁ ନେଇ ମଧ୍ୟ ଖବର ସାମ୍ନାକୁ ଆସିଥାଏ । ଏନେଇ ଚୀନ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତୀୟ ସେନା ଜୋରଦାର ପ୍ରସ୍ତୁତି ଚଳାଇଛି। ଭାରତୀୟ ସେନା ଶୁକ୍ରବାର ଆସାମରେ ପିନାକା ମଲ୍ଟି ବ୍ୟାରେଲ ରକେଟ୍ ଲଞ୍ଚର ଏବଂ ସମରଚ୍ ମଲ୍ଟିପଲ୍ ରକେଟ ଲଞ୍ଚର ସିଷ୍ଟମ ମୁତୟନ କରିଛି ।
ଗତ କିଛି ଦିନରୁ ଚୀନ ପକ୍ଷରୁ ସୀମାରେ ଉତ୍ତେଜନା ଲାଗି ରହିଛି । ଭାରତୀୟ ସେନା ସୀମାରେ ଚୀନ୍ ସୈନିକଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ରହିଥିବାବେଳେ କ୍ରମାଗତ ଯୁଦ୍ଧାଭ୍ୟାସ ମଧ୍ୟ ଚାଲିଛି। ଗୁରୁବାର ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଭାରତୀୟ ସେନା ଯୁଦ୍ଧାଭ୍ୟାସ କରିଥିଲା ।