ଓଡିଶା

odisha

ETV Bharat / bharat

କ୍ଷେତରେ ଜରୁରୀ ଅବତରଣ କଲା ସେନା ହେଲିକପ୍ଟର - ଭୋପାଳରେ ଜରୁରୀକାଳୀନ ଅବତରଣ କଲା ସେନା ହେଲିକପ୍ଟର।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୋପାଳରେ ଜରୁରୀକାଳୀନ ଅବତରଣ କଲା ସେନା ହେଲିକପ୍ଟର । କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା । ଅଧିକ ପଢ଼ନ୍ତୁ

Army Helicopter Emergency Landing
Army Helicopter Emergency Landing

By ETV Bharat Odisha Team

Published : Oct 1, 2023, 3:21 PM IST

ଭୋପାଳ: ଭୋପାଳରେ ଜରୁରୀକାଳୀନ ଅବତରଣ କଲା ସେନା ହେଲିକପ୍ଟର । ବେରାସିଆର ଡୁଙ୍ଗରିଆ ଡ୍ୟାମ ନିକଟରେ ସେନା ହେଲିକପ୍ଟର ଜରୁରୀକାଳୀନ ଅବତରଣ କରଛି । ଏକ କ୍ଷେତରେ ହେଲିକପ୍ଟରଟି ଅବତରଣ କରିଥିବା ବେଳେ ସ୍ଥାନୀୟ ଲୋକଙ୍କ ଭିଡ ଜମିଛି । ହେଲିକପ୍ଟରରେ 6 ଜଣ ସେନା କର୍ମଚାରୀ ଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେନା ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିବା କୁହାଯାଉଥିବା ବେଳେ ବାୟୁସେନା ପକ୍ଷରୁ ଆନୁଷ୍ଠାନିକ ଭାବେ ସେପରି କିଛି ପ୍ରକାଶ କରାଯାଇନାହିଁ ।

ଏନେଇ ସ୍ଥାନୀୟ ଲୋକେ କହିଛନ୍ତି ଯେ, ହେଲିକପ୍ଟରଟି ପ୍ରଥମେ ଡ୍ୟାମ୍‌ ଚାରିପଟେ ଘୁରି ବୁଲିଥିଲା । ଏହାପରେ ହଠାତ୍‌ କ୍ଷେତରେ ଅବତରଣ କରିଥିଲା । ଏହାପରେ ବହୁ ଲୋକ ଘଟଣାସ୍ଥଳରେ ଜମା ହୋଇଯାଇଥିଲେ । ହେଲିକପ୍ଟରରେ 6 ଜଣ ସେନା କର୍ମଚାରୀ ରହିଥିଲେ । ସେମାନଙ୍କ ମଧ୍ୟରୁ କାହାର କିଛି କ୍ଷୟକ୍ଷତି ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-Army Helicopter Crash: କିସ୍ତୱାରରେ ସେନା ହେଲିକପ୍ଟର କ୍ରାସ, ଜଣେ ମୃତ

ଚଳିତ ବର୍ଷ ମେ ମାସ ରେ ମଧ୍ୟପ୍ରଦେଶର ଭିନ୍ଦ ଜିଲ୍ଲାରେବାୟୁସେନାର ଲଢୁଆ ‘ଆପାଚି’ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ଏହି ହେଲିକପ୍ଟରଟି ଗ୍ୱାଲିୟର ଏୟାରବେସରୁ ଉଡାଣ ଭରିଥିଲା । ଭିନ୍ଦ ଜିଲ୍ଲା ଉପରେ ଉଡୁଥିବା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବା କାରଣରୁ ଏହାକୁ ଜରୁରୀ ଅବତରଣ କରିତିଲା । ଗ୍ରାମ ନିକଟବର୍ତ୍ତୀ ଏକ କ୍ଷେତରେ ହେଲିକପ୍ଟରଟି ସୁରକ୍ଷିତ ଲ୍ୟାଣ୍ଡିଂ କରିବା ପରେ ବାୟୁସେନାର ବୈଷୟିକ ଟିମ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଥିଲେ । ଏଥିରେ ଦୁଇଜଣ ପାଇଲଟ ଥିଲେ ଓ ସମସ୍ତେ ସୁରକ୍ଷିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ-ମଝି ଆକାଶରେ ମୁହାଁମୁହିଁ ଧକ୍କା ହେଲା ୨ ସେନା ହେଲିକପ୍ଟର, ୯ ମୃତ

ମେ 5 ତାରିଖରେ ଜମ୍ମୁ କାଶ୍ମୀରରେ ଭାରତୀୟ ସେନା ହେଲିକପ୍ଟର କ୍ରାସ ହୋଇଥିଲା । ଏଥିରେ ଜଣେ ଟେକ୍ନିସିଆନଙ୍କ ମୃତ୍ୟୁ ହୋଇଥିବା ବେଳେ 2 ଜଣ ପାଇଲଟ ଆହତ ହୋଇଥିଲେ । ଜମ୍ମୁ କାଶ୍ମୀରର କିସ୍ତୱାର ନିକଟରେ ସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲିକପ୍ଟରଟି କିସ୍ତୱାର ମଚ୍ଛନା ଗାଁ ନିକଟ ଜଙ୍ଗଲରେ ଖସିପଡ଼ିଥିଲା । ଏଥିରେ ଦୁଇ ପାଇଲଟଙ୍କ ସହ ଜଣେ ଟେକ୍ନିସିଆନ ଥିଲେ ।

କିଛି ମାସ ତଳେ ଅରୁଣାଚଳ ପ୍ରଦେଶରେ ଚିତାରେ ହେଲିକପ୍ଟର କ୍ରାସ ହୋଇଥିଲା । ଦୁର୍ଘଟଣାରେ ଦୁଇ ଜଣ ପାଇଲଟ ପ୍ରାଣ ହରାଇଥିଲେ । ଉକ୍ତ ହେଲିକପ୍ଟରଟି କ୍ରାସ ହୋଇ ତଳକୁ ଖସି ପଡିବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

ABOUT THE AUTHOR

...view details