ଓଡିଶା

odisha

ETV Bharat / bharat

ସରକାରଙ୍କ ଘୋଷଣା, ଚଳିତବର୍ଷ ଶେଷସୁଦ୍ଧା ସରିବ ଟୀକାକରଣ ଅଭିଯାନ - ଟୀକାକରଣ ଅଭିଯାନ

ଚଳିତ ବର୍ଷ ଶେଷସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

ସରକାରଙ୍କ ଘୋଷଣା, ଚଳିତବର୍ଷ ଶେଷସୁଦ୍ଧା ସରିବ ଟୀକାକରଣ ଅଭିଯାନ
ସରକାରଙ୍କ ଘୋଷଣା, ଚଳିତବର୍ଷ ଶେଷସୁଦ୍ଧା ସରିବ ଟୀକାକରଣ ଅଭିଯାନ

By

Published : May 28, 2021, 4:12 PM IST

Updated : May 28, 2021, 6:58 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଟୀକାକରଣ । ଚଳିତ ପର୍ଯ୍ୟାୟରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯାଉଛି । ଏହାରି ମଧ୍ୟରେ ଚଳିତ ବର୍ଷ ଶେଷସୁଦ୍ଧା ଦେଶରେ ସମସ୍ତଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଥିଲେ 2021 ଡିସେମ୍ବର ସୁଦ୍ଧା ଦେଶରେ ଟୀକାକରଣ ଅଭିଯାନ ଶେଷ ହେବ । ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ 216 କୋଟି ଡୋଜ ଟିକା ଉତ୍ପାଦନ ପାଇଁ ସରକାର ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି ।

ଗତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ 2021 ଶେଷ ସୁଦ୍ଧା ଭାରତ ଅନ୍ତତଃ ପକ୍ଷେ 18 ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ବୟସ୍କଙ୍କୁ ଟୀକାକରଣ କରିବାର ସ୍ଥିତିରେ ରହିବ।

ମେ 21ରେ ହୋଇଥିବା କୋଭିଡ ସମୀକ୍ଷା ବୈଠକରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅଗଷ୍ଟରୁ ଡିସେମ୍ବର 2021 ମଧ୍ୟରେ ଭାରତ 216 କୋଟି ଟିକା ଡୋଜ କ୍ରୟ ଲକ୍ଷ୍ୟ ରଖିଥିବାବେଳେ ଚଳିତ ବର୍ଷ ଜୁଲାଇ ସୁଦ୍ଧା 51 କୋଟି ଡୋଜ କ୍ରୟ କରାଯିବ ।

Last Updated : May 28, 2021, 6:58 PM IST

ABOUT THE AUTHOR

...view details