ଓଡିଶା

odisha

By

Published : Aug 5, 2021, 7:52 PM IST

ETV Bharat / bharat

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଭାରତର କଡା ଆପତ୍ତି

ପାକିସ୍ତାନରେ ଥିବା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ କଡା ଆପତ୍ତି ଜାହିର କରିଛି ଭାରତ । ଅଧିକ ପଢନ୍ତୁ...

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଭାରତର କଡା ଆପତ୍ତି
ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ, ଭାରତର କଡା ଆପତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ କଡା ଆପତ୍ତି ଜାହିର କରିଛି ଭାରତ । ମନ୍ଦିରରେ ଭଙ୍ଗାରୁଜା ନେଇ ହାଇକମିଶନକୁ ରିପୋର୍ଟ ତଲବ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।

ଉପାସନା ପୀଠ ଉପରେ ଆକ୍ରମଣ ସହିତ ଅଳ୍ପସଂଖ୍ୟକ ସମୁଦାୟଙ୍କ ବିରୋଧରେ ପାକିସ୍ତାନରେ ଉତ୍ପିଡନ ଘଟଣା ଜାରି ରହିଥିବା ବୈଦେଶିକ ମନ୍ତ୍ରଣାଳୟ ନିଜ ବୟାନରେ କହିଛି । ବୁଧବାର ରହୀମ ୟାର ଖାନ ଜିଲ୍ଲାର ଭୋଙ୍ଗ ସହରରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରଯାଇଥିବା ଜଣାପଡିଛି ।

ମନ୍ଦିରକୁ ନିଆଁରେ ପୋଡିଦିଆଯାଇଥିବାବେଳେ ମୂର୍ତ୍ତିଗୁଡ଼ିକ ଭାଙ୍ଗି ଦିଆଯାଇଥିଲା । ଲାହୋରଠାରୁ ପ୍ରାୟ 590 କିଲୋମିଟର ଦୂରରେ ଘଟିଛି ଏବି ଘଟଣା । ଭଗବାନ ଗଣେଶଙ୍କ ମନ୍ଦିରରେ ଭଙ୍ଗାରୁଜା ଘଟଣା ନେଇ ସାମ୍ନାକୁ ଆସିଥିଲା ଖବର। ମନ୍ଦିର ଉପରେ ହୋଇଥିବା ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି ଯେ ମୂର୍ତ୍ତିଗୁଡ଼ିକ ଭଙ୍ଗାଯାଉଛି |

ଭାରତ ସରକାର ଘଟଣା ଉପରେ ପ୍ରତିକ୍ରିୟା ଦେଇଥିବା କଡା ଆପତ୍ତି ଜାହିର କରିଛନ୍ତି। ବର୍ତ୍ତମାନ ଭାରତ ସରକାର ଏହି ପ୍ରସଙ୍ଗରେ ପାକିସ୍ତାନର ଦାୟିତ୍ବରେ ଥିବା ହାଇକମିଶନଙ୍କୁ କରିଛନ୍ତି ରିପୋର୍ଟ ତଲବ । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ସ୍ବାଧିନତା ଉପରେ ଜାରି ଆକ୍ରମଣ ଏକ ଚିନ୍ତାର ବିଷୟ ।

ABOUT THE AUTHOR

...view details