ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି ମହାମାରୀ । ଦିନକୁ ଦିନ ନୂଆ ରେକର୍ଡ କରୁଛି ସଂକ୍ରମଣ । ଗତକାଲି(ବୁଧବାର) ପଜିଟିଭ ମାମଲା ଦୁଇ ଲକ୍ଷ ତଳେ ରହିଥିବାବେଳେ ଆଜି(ଗୁରୁବାର) ଅଢେଇ ଲକ୍ଷ ମୁହାଁ ହୋଇଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,47,417 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି(India reports 2,47,417 fresh COVID cases) । ଯାହା ବୁଧବାର ତୁଳନାରେ 27% ପ୍ରତିଶତ ଅଧିକ । ସେହିପରି ଦିନକରେ 84,825 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
INDIA CORONA: ବେକାବୁ କୋରୋନା, ଦିନକରେ ଦୁଇ ଲକ୍ଷ ପାର୍ ସଂକ୍ରମଣ - ଭାରତ କୋରୋନା ଦୈନିକ ସଂକ୍ରମଣ
ଦେଶରେ ବେକାବୁ ହେଉଛି ମହାମାରୀ । ଦିନକରେ 2,47,417 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ
ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 11,17,531ରେ ପହଞ୍ଚିଛି । ଦେଶରେ ଦିନକୁ ଦିନ ପଜିଟିଭ ହାର ମଧ୍ୟ ବଢିଚାଲିଛି । ଡିସେମ୍ବର ଶେଷରେ ଭାରତର ଦୈନିକ ପଜିଟିଭ ହାର(Daily positivity rate) ୧.୧ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା 13.11%କୁ ବୃଦ୍ଧି ପାଇଛି । ଅନ୍ୟପଟେ ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ କାୟା ମେଲାଇ ଚାଲିଛି । ଏବେସୁଦ୍ଧା ଦେଶରେ ମୋଟ ଓମିକ୍ରନ ପଜିଟିଭ ସଂଖ୍ୟା 5,488 ରହିଛି । ଯଦିଓ ଓମିକ୍ରନ ଡେଲ୍ଟା ଅପେକ୍ଷା କମ୍ ଘାତକ, କିନ୍ତୁ ଏହାକୁ ସାଧାରଣ ଥଣ୍ଡା ଭାବେ ଗ୍ରହଣ ନ କରିବାକୁ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ ସତର୍କ କରିଛନ୍ତି ।
@ANI