ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଅଢେଇ ଲକ୍ଷ ତଳକୁ ଖସିଲା ପଜିଟିଭ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ 1,49,394 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 1,49 lakh fresh covid cases) । ଯାହା ଗତକାଲି(ଗୁରୁବାର) ତୁଳନାରେ 13% କମ୍ । ସେହିପରି ଦିନକରେ 2,46,674 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 1072 ଜଣ ସଂକ୍ରମିତ ଆଖି ବୁଜିଛନ୍ତି । ଦେଶରେ ସଂକ୍ରମଣ କ୍ରମଶଃ କମୁଥିବାବେଳେ ଦୈନିକ ମୃତ୍ୟୁସଂଖ୍ୟା ୧୦୦୦ ଟପିବା ଚିନ୍ତାଜନକ ରହିଛି ।
INDIA CORONA: କମୁଛି ସଂକ୍ରମଣ, ୫ ଲକ୍ଷ ଟପିଲା ମୃତ୍ୟୁସଂଖ୍ୟା - ଭାରତ କୋରୋନା ରିପୋର୍ଟ
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 1,49,394 ନୂଆ ସଂକ୍ରମିତ ଚିହ୍ନଟ । ଆଜି ବି ୧୦୦୦ ଟପିଲା ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ
INDIA CORONA: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍, ୫ ଲକ୍ଷ ଟପିଲା ମୃତ୍ୟୁସଂଖ୍ୟା
ଦେଶରେ ସଂକ୍ରମଣ କମିବା ସହ ସକ୍ରିୟ ମାମଲା ମଧ୍ୟ କମିବାରେ ଲାଗିଛି । ଆଜିର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ମୋଟ ସକ୍ରିୟ ମାମଲା 14,35,569ଟି ରହିଛି ଏବଂ ମୃତ୍ୟୁସଂଖ୍ୟା 5,00,055କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦୈନିକ ପଜିଟିଭ୍ ରେଟ୍ 9.27%କୁ ଖସି ଆସିଛି । ଏବେସୁଦ୍ଧା 168.47 କୋଟି ଡୋଜ୍ ଟୀକାକରଣ କରାଯାଇଛି ।
@ANI