ଓଡିଶା

odisha

ETV Bharat / bharat

ଏମ୍ସରେ ଦେଶର ପ୍ରଥମ ବାର୍ଡ ଫ୍ଲୁ ରୋଗୀର ମୃତ୍ୟୁ - bird flu death

ଭାରତର ପ୍ରଥମ ବାର୍ଡ ଫ୍ଲୁ ରୋଗୀର ମୃତ୍ୟୁ । ଏନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

India reports first bird flu death as 12-year-old boy dies at AIIMS
ଏମ୍ସରେ ଦେଶର ପ୍ରଥମ ବାର୍ଡ ଫ୍ଲୁ ରୋଗୀରେ ମୃତ୍ୟୁ

By

Published : Jul 21, 2021, 10:23 AM IST

ନୂଆଦିଲ୍ଲୀ : ଭାରତର ପ୍ରଥମ ବାର୍ଡ ଫ୍ଲୁ ରୋଗୀର ମୃତ୍ୟୁ ହୋଇଛି । ଦିଲ୍ଲୀ ଏମସରେ ଚିକିତ୍ସାଧିନ ଅବସ୍ଥାରେ ୧୨ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ଏନେଇ ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୃତ୍ୟୁ ବରଣ କରିଥିବା ନାବାଳକ ଜଣକ ହରିୟାଣାର ସୁଶୀଲ ବୋଲି ସୂଚନା ମିଳିଛି । ସୁଶୀଲ ଏଭିଆନ୍ ଇନଫ୍ଲୁଏଞ୍ଜା (Avian Influenza) (H5N1) ରୋଗରେ ପୀଡିତ ହୋଇ ମୃ୍ତ୍ୟୁ ବରଣ କରିଥିବା ସ୍ପଷ୍ଟ କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ ।

ସୂଚନା ଅନୁସାରେ, ପ୍ରଥମେ ନାବାଳକ ଲ୍ୟୁକେମିଆ ଏବଂ ନିମୋନିଆରେ ପୀଡିତ ହୋଇ ପେଡିଆଟିକ ବିଭାଗରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କ ଠାରେ ଏଭିଆନ୍ ଇନଫ୍ଲୁଏଞ୍ଜା (Avian Influenza) (H5N1) ର ଲକ୍ଷଣ ଦେଖାଦେଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆୟସିୟୁରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଏକ ଡାକ୍ତରୀ ଟିମ ତାଙ୍କ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିଥିଲେ । ଘଣ୍ଚାକୁ ଘଣ୍ଟା ମଧ୍ୟ ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଥିଲା । ହେଲେ ମଙ୍ଗଳବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ସୁଶୀଲଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଏବେ ଆଇସୋଲେସନରେ ରହିଛନ୍ତି ।

ଜୁଲାଇ ୧୫ ତାରିଖରେ ଚାଇନାର ସିଚ୍ୟୁଆନରେ ମଧ୍ୟ ପ୍ରଥମ ବାର୍ଡ ଫ୍ଲୁ ଘଟଣା ସାମ୍ନାକୁ ଆସିଥିଲା । ଯେଉଁଥିରେ ୫ ବର୍ଷର ନାବାଳକ ପୀଡିତ ହୋଇଥିଲା । ମେଡିକାଲ ବିଶେଷଜ୍ଞମାନେ ବିଶ୍ବାସ କରୁଛନ୍ତି ଯେ, ଏହି ମହାମାରୀ ଏତେ ଭୟଙ୍କର ନୁହେଁ ।

ବାର୍ଡ ଫ୍ଲୁ ଏକ ସଂକ୍ରାମକ ରୋଗ। ଏହା ସାମାନ୍ୟରୁ ଗୁରୁତର ରୋଗ କିମ୍ବା ପକ୍ଷୀମାନଙ୍କ ଠାରେ ହଠାତ୍ ମୃତ୍ୟୁର କାରଣ ହୋଇପାରେ । କୁକୁଡ଼ା ସହ ଘରୋଇ ପକ୍ଷୀ ବିଶେଷ ଭାବେ ଅସୁରକ୍ଷିତ। ଏଭିଆନ୍ ଇନଫ୍ଲୁଏଞ୍ଜା ଭୂତାଣୁ ସାଧାରଣତଃ ମନୁଷ୍ୟକୁ ସଂକ୍ରମିତ କରେ ନାହିଁ କିନ୍ତୁ ବେଳେବେଳେ ମନୁଷ୍ୟ ମଧ୍ୟରେ ସଂକ୍ରମଣ ହୋଇପାରେ ।

ABOUT THE AUTHOR

...view details