ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କେତେବେଳେ ବଢୁଛି ତ କେତେବେଳେ କମୁଛି । ତଥାପି ଗତ କିଛିଦିନ ଧରି ୧୦ ହଜାର ତଳକୁ ରହୁଛି ଦେଶର ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 8 ହଜାର 439 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 195 ଜଣଙ୍କ ଜୀବନ ନେଇଛି କିଲର ଭାଇରସ। ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥସଂଖ୍ୟା (recovry rate)ବୃଦ୍ଧି ପାଉଛି । ଗୋଟିଏ ଦିନରେ ଦେଶରୁ ମୋଟ ୯ ହଜାର ୫୨୫ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 46 ଲକ୍ଷ 56 ହଜାର 822 ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 73 ହଜାର 952ରେ ପହଞ୍ଚିଛି । ଦେଶରେ ମୋଟ 93 ହଜାର 733 ଟି ସକ୍ରିୟ(active) ମାମଲା ରହିଛି, ଯାହା 555 ଦିନରେ ସର୍ବନିମ୍ନ ।