ନୂଆଦିଲ୍ଲୀ: ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ(India daily corona infection) । କିନ୍ତୁ ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 8 ହଜାର 318 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 465 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ପଜିଟିଭ ମାମଲା କମିବା ସହ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଗୋଟିଏ ଦିନରେ ଦେଶରୁ ମୋଟ 10 ହଜାର 967 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା(recovery) 3 କୋଟି 39 ଲକ୍ଷ 88 ହଜାର 797ରେ ପହଞ୍ଚିଛି ।
INDIA CORONA: ୨୪ ଘଣ୍ଟାରେ 8,318 ଆକ୍ରାନ୍ତ ଚିହ୍ନଟ, 465 ମୃତ
ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ(India daily corona infection) । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 8 ହଜାର 318 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 465 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ
୨୪ ଘଣ୍ଟାରେ 8,318 ଆକ୍ରାନ୍ତ ଚିହ୍ନଟ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 45 ଲକ୍ଷ 63 ହଜାର 749ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 67 ହଜାର 933ରେ ପହଞ୍ଚିଛି । ଦେଶରେ ମୋଟ 1 ଲକ୍ଷ 07 ହଜାର 19ଟି ସକ୍ରିୟ(active) ମାମଲା ରହିଛି । ସେହିପରି ଏଯାବତ 121.06 କୋଟି ଟୀକାକରଣ ସରିଛି ।
@ANI