ଓଡିଶା

odisha

INDIA CORONA: ୨୪ ଘଣ୍ଟାରେ 8,306 ଆକ୍ରାନ୍ତ ଚିହ୍ନଟ, 211 ମୃତ

By

Published : Dec 6, 2021, 12:04 PM IST

ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ (India daily corona infection)। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 8 ହଜାର 306 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 211 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ

INDIA CORONA: ୨୪ ଘଣ୍ଟାରେ 8,306 ଆକ୍ରାନ୍ତ ଚିହ୍ନଟ, 211 ମୃତ
INDIA CORONA: ୨୪ ଘଣ୍ଟାରେ 8,306 ଆକ୍ରାନ୍ତ ଚିହ୍ନଟ, 211 ମୃତ

ନୂଆଦିଲ୍ଲୀ: ଏବେ 10 ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ (India daily corona infection) । କିନ୍ତୁ ମୃତ୍ୟୁରେ ଲାଗୁନି ବ୍ରେକ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 8 ହଜାର 306 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 211 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ ଗୋଟିଏ ଦିନରେ ଦେଶରୁ ମୋଟ 8 ହଜାର 834 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା(India recovery rate) 3 କୋଟି 40 ଲକ୍ଷ 69 ହଜାର 608ରେ ପହଞ୍ଚିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ(health ministry data) ଅନୁଯାୟୀ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 46 ଲକ୍ଷ 41 ହଜାର 561ରେ ପହଞ୍ଚି ଥିବାବେଳେ ମୃତ୍ୟୁ ସଂଖ୍ୟା 4 ଲକ୍ଷ 73 ହଜାର 537ରେ ପହଞ୍ଚିଛି । ଦେଶରେ ମୋଟ 98 ହଜାର 416ଟି ସକ୍ରିୟ ମାମଲା ରହିଛି, ଯାହା 552 ଦିନରେ ସର୍ବନିମ୍ନ ।

@ANI

ABOUT THE AUTHOR

...view details