ଓଡିଶା

odisha

ETV Bharat / bharat

INDIA CORONA: ୬୬୫୦ ନୂଆ ସଂକ୍ରମିତ, ଓମିକ୍ରନ ମାମଲା ୩୫୮କୁ ବୃଦ୍ଧି

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୬୫୦ ଜଣ ନୂଆ ସଂକ୍ରମିତ ଚିହ୍ନଟ । ୩୫୮କୁ ବୃଦ୍ଧି ପାଇଲା ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ

INDIA CORONA: ୬,୬୫୦ ନୂଆ ସଂକ୍ରମିତ, ଓମିକ୍ରନ ମାମଲା ୩୫୮କୁ ବୃଦ୍ଧି
INDIA CORONA: ୬,୬୫୦ ନୂଆ ସଂକ୍ରମିତ, ଓମିକ୍ରନ ମାମଲା ୩୫୮କୁ ବୃଦ୍ଧି

By

Published : Dec 24, 2021, 10:26 AM IST

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗି ରହିଛି । ଓମିକ୍ରନ କାୟା ମେଲାଉଥିଲେ ମଧ୍ୟ ଦେଶରେ ଦୈନିକ ପଜିଟିଭ ମାମଲା ୧୦ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 6,650 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 7,051 ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ 374ଟି ମୁଣ୍ଡ ନେଇଛି ମହାମାରୀ ।

ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 77,516ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ 4,79,133କୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିବାବେଳେ ମୋଟ ସୁସ୍ଥସଂଖ୍ୟା 3,42,15,977 ରହିଛି । ଦେଶରେ ଓମିକ୍ରନ ସଂକ୍ରମଣ ମାଡି ମାଡି ଚାଲିଥିବାବେଳେ ଏବେସୁଦ୍ଧା ଏହି ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା 358 ରେ ପହଞ୍ଚିଛି ।

ଓମିକ୍ରନ ଭୟାବହତା ଏବଂ ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ଭାରତରେ ଟୀକାକରଣ ଦ୍ରୁତଗତିରେ ଜାରି ରହିଛି । ଏବେ ସୁଦ୍ଧା ଲୋକଙ୍କୁ ମୋଟ 1,40,31,63,063 ଡୋଜ୍ ଦିଆସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details