ଓଡିଶା

odisha

ETV Bharat / bharat

India Corona: ସଂକ୍ରମଣ ସାମାନ୍ୟ ବୃଦ୍ଧି, ଦିନକରେ ୩୯୬୨ ନୂଆ ସଂକ୍ରମିତ - ଦୈନିକ କୋଭିଡ ରିପୋର୍ଟ

କାଲିଠୁ ପୁଣି ବଢଲା ସଂକ୍ରମଣ ମାମଲା । ଦିନକରେ ୩୯୬୨ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona
India Corona

By

Published : May 4, 2023, 10:09 AM IST

ନୂଆଦିଲ୍ଲୀ:ଦେଶରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଲଗାତାର କିଛି ଦିନ ହେବ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ୫ ହଜାର ତଳକୁ ରହୁଛି ସଂକ୍ରମଣ ମାମଲା । ତେବେ ଗତକାଲି ଠାରୁ ସାମାନ୍ୟ ବୃଦ୍ଧି ପାଇଛି ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୩ ହଜାର ୯୬୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ଆକ୍ଟିଭ କେସ୍ ୩୬,୨୪୪ରେ ପହଞ୍ଚିଛି । ସେହିପରି ଦିନକରେ ୧୫ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଯାହାଫଳରେ ଭାରତରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 531606କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ଦେଶରେ ୩୬,୨୪୪ଟି ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ଆଉ ୭ ହଜାର ୮୭୩ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା 4,43,୯୨,୮୨୮କୁ ସେହିପରି ଭାରତରେ କୋରୋନା ସୁସ୍ଥତା ହାର ୯୮.୭୩ ପ୍ରତିଶତ ରହିଥିବା ବେଳେ ୦.୦୮ ପ୍ରତିଶତ ରହିଛି ଆକ୍ଟିଭ କେସ ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦେଶରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ କେରଳରୁ ୭ଜଣ ରହିଛନ୍ତି । ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 531606କୁ ବୃଦ୍ଧି ପାଇଛି । ମନ୍ତ୍ରଣାଳୟ ୱେବସାଇଟ ଅନୁଯାୟୀ, କୋରୋନା ଟୀକାକରଣ ଆରମ୍ଭରୁ ଅଦ୍ୟାବିଧି ୨୨୦.୬୬ ଡୋଜ ଦିଆଯାଇଛି । ତାହାମଧ୍ୟରୁ ୯୫.୨୧ କୋଟି ଦ୍ବିତୀୟ ଡୋଜ ରହିଥିବାବେଳେ ୨୨.୮୭ କୋଟି ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶରେ ୨ହଜାର ୩୬୩ ଜଣ କୋରୋନା ଟିକା ନେଇଛନ୍ତି । ସେହିପରି ମହାମାରୀ ପର ଠାରୁ ସମୁଦାୟ ୯୨.୬୩ କୋଟି ଟେଷ୍ଟ କରାଯାଇଛି । କେବଳ ଗତ ୨୪ ଘଣ୍ଟାରେ 1,୮୨,୨୯୪ କୋରୋନା ଟେଷ୍ଟ ହୋଇଛି । ସେଥିମଧ୍ୟରୁ ୩ ହଜାର ୯୬୨ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ହୁହୁ ହୋଇ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଥିଲା । ଦୈନିକ ସଂକ୍ରମଣ ୧୨ ହଜାରରେ ପହଞ୍ଚି ଥିଲା । ଯେଉଁ କାରଣରୁ ସମସ୍ତଙ୍କ ମଧ୍ୟରେ ଚତୁର୍ଥ ଲହର ଭୟ ସୃଷ୍ଟି ହୋଇଥିଲା । ହେଲେ ଲଗାତାର କିଛି ଦିନ ହେବ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ଏବେ ମାମଲା ୫ ହଜାର ତଳକୁ ଖସିଛି । କିନ୍ତୁ ଦେଖିବାକୁ ଗଲେ ଗତକାଲି ତୁଳନାରେ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details