ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ମଚାଇଲା ମହାମାରୀ । ପୁଣି ଉପରକୁ ଉଠିଲା କୋରୋନା ଗ୍ରାଫ୍(Corona graph । ଦିନକୁ ଦିନ ଏବେ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ(Daily covid infection) । ଗତ 24 ଘଣ୍ଟା ଭିତରେ ଦେଶରୁ 33 ହଜାର 750 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 33,750 new cases) । ସେହିପରି 10 ହଜାର 846 ଜଣ ଆକ୍ରାନ୍ତ ସୁସ୍ଥ(recovery) ହୋଇଥିବା ବେଳେ ଦିନକରେ 123 ଟି ମୁଣ୍ଡ ନେଇଛି କିଲର ଭାଇରସ । ବର୍ତ୍ତମାନ ଦେଶରେ 1 ଲକ୍ଷ 45 ହଜାର 582ଟି ସକ୍ରିୟ ମାମଲା(active cases) ରହିଛି ।
ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 45 ହଜାର 582ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ମୃତ୍ୟୁସଂଖ୍ୟା 4 ଲକ୍ଷ 81 ହଜାର 893କୁ ବୃଦ୍ଧି ପାଇଥିବାବେଳେ ମୋଟ ସୁସ୍ଥସଂଖ୍ୟା 3 କୋଟି 42 ଲକ୍ଷ 95 ହଜାର 407 ରେ ପହଞ୍ଚିଛି । ଏହାସହ ଓମିକ୍ରନ ଭୟାବହତା ଏବଂ ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତରେ ଟୀକାକରଣ ମଧ୍ୟ ଦ୍ରୁତଗତିରେ ଜାରି ରହିଛି । ଏବେ ସୁଦ୍ଧା ଲୋକଙ୍କୁ ମୋଟ 145 କୋଟି 68 ଲକ୍ଷ 89 ହଜାର 306 ଡୋଜ ଟିକା ଦିଆସରିଛି ।