ନୂଆଦିଲ୍ଲୀ: ଚିନ୍ତା ବଢାଉଛି ମହାମାରୀ କୋରୋନା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ଗୋଟିଏ ଦିନ କମ୍ ହେଲେ ପରଦିନ ବୃଦ୍ଧି ହେଉଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,685 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 2,685 fresh Covid Cases) । ଦିନକରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ 2,158 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
India Corona: ଦିନକରେ 2685 ସଂକ୍ରମିତ ଚିହ୍ନଟ, 33 ମୃତ - କୋରୋନା ଅପଡେଟ
ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,685 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 2,685 fresh Covid Cases) । ଦିନକରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ
India Corona: ଦିନକରେ 2,685 ସଂକ୍ରମିତ ଚିହ୍ନଟ,33 ମୃତ
ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ଏବେ 16 ହଜାର ଉପରେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 16,308 ରହିଛି । ଏହି କ୍ରମରେ ବର୍ତ୍ତମାନ ଦୈନିକ ପଜିଟିଭ ହାର 0.60% ରହିଛି । ଦେଶରେ ଏଯାବତ ୪୨,୬୦,୯୩,୩୫ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଏବଂ ୫,୨୪,୫୭୨ ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 1,93,13,41,918 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।