ନୂଆଦିଲ୍ଲୀ: ଦେଶରେ ଥମୁନି କୋରୋନା ସଂକ୍ରମଣ । କେତେବେଳେ ବଢି ଯାଉଛି ତ ଆଉ କେତେବେଳେ ଖସି ଆସୁଛି। ତେବେ କିଛି ଦିନର ବ୍ୟବଧାନ ପରେ ଏବେ ୩୦ ହଜାର ତଳକୁ ଖସିଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ 26 ହଜାର 115 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 252 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଏପଟେ 34 ହଜାର 469 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।
INDIA CORONA: ଦିନକରେ 26,115 ପଜିଟିଭ ଚିହ୍ନଟ, 252 ମୃତ
କିଛି ଦିନର ବ୍ୟବଧାନ ପରେ ଏବେ ୩୦ ହଜାର ତଳକୁ ଖସିଛି ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ 26 ହଜାର 115 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ 252 ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...
INDIA CORONA: ଦିନକରେ 26,115 ପଜିଟିଭ ଚିହ୍ନଟ, 252 ମୃତ
ତେବେ, ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 35ଲକ୍ଷ 4 ହଜାର 534କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁ ସଂଖ୍ୟା 4ଲକ୍ଷ 45 ହଜାର 385 ରହିଥିବା ବେଳେ 3 ଲକ୍ଷ 9 ହଜାର 575 ସକ୍ରିୟ ମାମଲା ରହିଛି । 3 କୋଟି 27 ଲକ୍ଷ 49 ହଜାର 574 ଆରୋଗ୍ୟ ହୋଇଛନ୍ତି ଏବଂ 81 କୋଟି 85 ଲକ୍ଷ 13 ହଜାର 827 ଟୀକାକରଣ ଏଯାଏଁ କରାଯାଇଛି ।
@ANI