ଓଡିଶା

odisha

By

Published : Jul 7, 2022, 9:47 AM IST

ETV Bharat / bharat

India Corona: 19 ହଜାର ମୁହାଁ ସଂକ୍ରମଣ, 35 ମୃତ

ଦେଶରେ ପୁଣି ଉପରମୁହାଁ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 18 ହଜାର 930 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: 19 ହଜାର ମୁହାଁ ସଂକ୍ରମଣ, 35 ମୃତ
India Corona: 19 ହଜାର ମୁହାଁ ସଂକ୍ରମଣ, 35 ମୃତ

ନୂଆଦିଲ୍ଲୀ:ଦେଶରେ ପୁଣି ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ଦୁଇଦିନ ପରେ ପୁଣି ଉପରମୁହାଁ ସଂକ୍ରମଣ । କିଛି ଦିନ ହେବ 15 ହଜାର ଉପରେ ରହିଛି ପଜିଟିଭ ମାମଲା । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 18 ହଜାର 930 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 18,930 fresh Covid Cases) । ଦିନକରେ 35 ଜଣଙ୍କ ଜୀବନ ନେଇଛି ମହାମାରୀ ।

ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 5 ଲକ୍ଷ 25 ହଜାର 305କୁ ବୃଦ୍ଧି ହୋଇଛି । ସେହିପରି ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ‌ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 19 ହଜାର 457କୁ ବୃଦ୍ଧି ପାଇଛି । ଆଜି 14 ହଜାର 650 ଜଣ ସୁସ୍ଥ ହୋଇଛନ୍ତି । ଏଯାବତ ସୁସ୍ଥ ହେଲେଣି 4 କୋଟି 29 ଲକ୍ଷ 21 ହଜାର 977 ଆକ୍ରାନ୍ତ । ଦେଶର ଦୈନିକ ପଜିଟିଭ ରେଟ୍ 4.32%ରେ ପହଞ୍ଚିଛି । ଦେଶବ୍ୟାପୀ ସମୁଦାୟ 198 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ABOUT THE AUTHOR

...view details