ଓଡିଶା

odisha

By

Published : Jul 8, 2022, 10:14 AM IST

ETV Bharat / bharat

India Corona: ଆଜି 18,815 ସଂକ୍ରମିତ, ୩୮ ମୃତ

ଦେଶରେ ଉପରମୁହାଁ ରହିଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 18 ହଜାର 815 ଜଣ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ଆଜି ବି ୧୮ ହଜାର ଉପରେ ସଂକ୍ରମଣ, ୩୮ ମୃତ
ଆଜି ବି ୧୮ ହଜାର ଉପରେ ସଂକ୍ରମଣ, ୩୮ ମୃତ

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ । ଗତ ଦୁଇଦିନ ହେବ 18 ହଜାର ଉପରେ ରହୁଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 18, 815 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 18,815 fresh Covid Cases) । ଆଜି 38 ଜଣଙ୍କ ଜୀବନ ନେଇଛି ମହାମାରୀ ।

ଏଯାବତ ଦେଶରେ 5 ଲକ୍ଷ25 ହଜାର 343 ଆକ୍ରାନ୍ତ ଆଖି ବୁଜିଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,22,335କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ 4.96%ରେ ପହଞ୍ଚିଛି । ଏଯାବତ୍ 4 କୋଟି 29 ଲକ୍ଷ 37ହଜାର 876 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ 198 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ABOUT THE AUTHOR

...view details