ନୂଆଦିଲ୍ଲୀ : ଦେଶରେ ଖସୁଛି ସଂକ୍ରମଣ । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ୨୦ ହଜାର ତଳେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 18 ହଜାର 132 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ 193 ଜଣଙ୍କ ମୁଣ୍ତ ନେଇଛି କିଲର ଭାଇରସ । 21 ହଜାର 563 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।
INDIA CORONA: ଦେଶରେ ଦିନକରେ 18132 ପଜିଟିଭ ଚିହ୍ନଟ, 193 ମୃତ
ଦେଶରେ ଖସୁଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 18 ହଜାର 132 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ...
INDIA CORONA : ଦେଶରେ ଦିନକରେ ,132 ପଜିଟିଭ ଚିହ୍ନଟ,193 ମୃତ
ତେବେ, ଦେଶରେ ଏପର୍ଯ୍ୟନ୍ତ 2 ଲକ୍ଷ 27 ହଜାର 347 ସକ୍ରିୟ ମାମଲା ରହିଛି । ସୁସ୍ଥଙ୍କ ସଂଖ୍ୟା 3 କୋଟି 32 ଲକ୍ଷ 93 ହଜାର 478କୁ ବୃଦ୍ଧି ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି 4 ଲକ୍ଷ 50 ହଜାର 782 । ଏହାସହ ଦେଶରେ 95 କୋଟି 19 ଲକ୍ଷ 84 ହଜାର 373 ଟୀକାକରଣ କରାଯାଇଛି ।
@ANI