ଓଡିଶା

odisha

ETV Bharat / bharat

INDIA CORONA: ୨୪ ଘଣ୍ଟାରେ ଏକ ଲକ୍ଷ ୭୯ ହଜାରରୁ ଅଧିକ ପଜିଟିଭ - ଭାରତ କୋରୋନା ରିପୋର୍ଟ

ବୋଲ ମାନୁନି କୋରୋନା । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,79, 723 ନୂଆ ପଜିଟିଭ ଚିହ୍ନଟ ହୋଇଛି । 146 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ଅଧିକ ପଢନ୍ତୁ

୨୪ ଘଣ୍ଟାରେ ବାହାରିଲେ ଲକ୍ଷେ ୭୯ ହଜାରରୁ ଅଧିକ ପଜିଟିଭ
୨୪ ଘଣ୍ଟାରେ ବାହାରିଲେ ଲକ୍ଷେ ୭୯ ହଜାରରୁ ଅଧିକ ପଜିଟିଭ

By

Published : Jan 10, 2022, 9:33 AM IST

Updated : Jan 10, 2022, 9:59 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ବିସ୍ଫୋରଣ (INDIA CORONA )। ବୋଲ ମାନୁନି ମହାମାରୀ । ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1 ଲକ୍ଷ 79 ହଜାର 723 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣରେ ୧୩. ୨୯ ପ୍ରତିଶତ ବୃଦ୍ଧି ହୋଇଛି । 146 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।

ତୃତୀୟ ଲହର ପରେ ଦେଶରେ ପ୍ରଥମ ଥର ପାଇଁ ଶନିବାର ଦେଢ ଲକ୍ଷ ପାର କରିଥିଲା ସଂକ୍ରମଣ । ରବିବାର ଏହା ଦେଢ ଲକ୍ଷରୁ ଅଧିକରେ ପହଞ୍ଚିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୭୯ ହଜାରରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୬ ଜଣଙ୍କ ମୃତ୍ୟୁ ହୋଇଛି ।

ଏହାକୁ ମିଶାଇ ଦେଶରେ କୋରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬ରେ ପହଞ୍ଚିଛି । ସେହିପରି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମାମଲା ମଧ୍ୟ ବଢିଚାଲିଛି । ଦେଶରେ ମୋଟ ଓମିକ୍ରନ ମାମଲା ୪ ହଜାର ୩୩ରେ ପହଞ୍ଚିଛି । ଏବେସୁଦ୍ଧା ଦେଶରେ ୩,୫୭,୦୭,୭୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭,୨୩,୬୧୯ ସକ୍ରିୟ ମାମଲା ରହିଛି ଏବଂ ୩,୪୫,୦୦,୧୭୨ ଜଣ ସୁସ୍ଥ ହୋଇଛନ୍ତି ।

ଦିନକ ମଧ୍ୟରେ 12 ପ୍ରତିଶତ ଅଧିକ ସଂକ୍ରମଣ ମାମଲା ସାମନାକୁ ଆସିଛି । ତେବେ ଅଚାନକ ଏତେ ସଂଖ୍ୟକ ସଂକ୍ରମଣ ବୃଦ୍ଧି ପାଇଁ ବଡ ମେଟ୍ରୋ ସହର ମୁମ୍ବାଇ, ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଏବଂ ଚେନ୍ନାଇକୁ ଦାୟୀ କରାଯାଇଛି ।

ତେବେ ଆଜିଠୁ ଦେଶରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟୀକାକରଣ (COVID-19 vaccine precaution dose)। ପ୍ରଥମେ ସମ୍ମୁଖ କୋଭିଡ ଯୋଦ୍ଧା ଓ ବରିଷ୍ଠ ନାଗରିକଙ୍କୁ ପ୍ରାଥମିକତା ଭିତ୍ତିରେ ଏହି ବୁଷ୍ଟର ଡୋଜ ଟିକା ଦିଆଯିବ । କୋ-ୱିନ୍ ଆପରେ ଅନଲାଇନ ପଞ୍ଜୀକରଣ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ।

ସମସ୍ତ HCWs, FLWs ଏବଂ 60 ବର୍ଷରୁ ଅଧିକ ବୟସ୍କ ବରିଷ୍ଠମାନେ କୋ-ୱିନ୍ ଆକାଉଣ୍ଟ ମାଧ୍ୟମରେ ବୁଷ୍ଟର ଡୋଜ ପାଇଁ ପଞ୍ଜିକରଣ କରିଛନ୍ତି । ଯେଉଁମାନେ ଅନଲାଇନରେ ପଞ୍ଜିକରଣ କରିନଥିବେ ସେମାନେ ସିଧାସଳଖ ଟିକା କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଡିସେମ୍ବର 25 ରେ ଦେଶକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ ସ୍ବାସ୍ଥ୍ୟକର୍ମୀ, ଆଗଧାଡିର କର୍ମଚାରୀ ଏବଂ 60 ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଜାନୁଆରୀ ୧୦ରୁ ବୁଷ୍ଟର ଡୋଜ ଟିକା ପ୍ରଦାନ କରାଯିବ । ଘୋଷଣା ଅନୁଯାୟୀ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

@ANI

Last Updated : Jan 10, 2022, 9:59 AM IST

ABOUT THE AUTHOR

...view details