ଓଡିଶା

odisha

ETV Bharat / bharat

INDIA CORONA: ଦିନକରେ 13596 ପଜିଟିଭ ଚିହ୍ନଟ, 166 ମୃତ

ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦୁଇ ଦିନ ହେଲା 15 ହଜାର ତଳକୁ ରହୁଛି ଦେଶର ଦୈନିକ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ ମାତ୍ର 13 ହଜାର 596 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା 230 ଭିତରେ ସର୍ବନିମ୍ନ। ଅଧିକ ପଢନ୍ତୁ...

INDIA CORONA: ଦିନକରେ 13,596 ପଜିଟିଭ ଚିହ୍ନଟ, 166 ମୃତ
INDIA CORONA: ଦିନକରେ 13,596 ପଜିଟିଭ ଚିହ୍ନଟ, 166 ମୃତ

By

Published : Oct 18, 2021, 12:11 PM IST

ନୂଆଦିଲ୍ଲୀ: ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦୁଇ ଦିନ ହେଲା 15 ହଜାର ତଳକୁ ରହୁଛି ଦେଶର ଦୈନିକ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ ମାତ୍ର 13 ହଜାର 596 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା 230 ଭିତରେ ସର୍ବନିମ୍ନ। ସେହିପରି 19 ହଜାର 582 ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ 166 ଜଣଙ୍କ ମୁଣ୍ଡ ନେଇଛି କିଲର ଭାଇରସ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 40 ଲକ୍ଷ 81 ହଜାର 315ରେ ପହଞ୍ଚିଛି । ସେହିପରି ଦେଶରେ ଏବେ 1 ଲକ୍ଷ 89 ହଜାର 694 ଟି ସକ୍ରିୟ ମାମଲା ରହିଛି ଏବଂ ବର୍ତ୍ତମାନ ସୁଦ୍ଧା 3 କୋଟି 34 ଲକ୍ଷ 39 ହଜାର 331 ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ମୋଟ 4 ଲକ୍ଷ 52 ହଜାର 290 ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପଟେ ଦେଶରେ ଜୋରଦାର ଚାଲିଛି ଟୀକାକରଣ । ଦେଶରେ ଏଯାବତ 97 କୋଟି 79 ଲକ୍ଷ 47 ହଜରା 783 ଜଣଙ୍କୁ ଦିଆ ସିରିଛି ଟିକା ।

@ANI

ABOUT THE AUTHOR

...view details