ନୂଆଦିଲ୍ଲୀ: ଗତକାଲିର ହ୍ରାସ ପରେ ପୁଣି ବଢିଲା ଦେଶରେ ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 41 ହଜାର 965 ନୂତନ କୋଭିଡ ମାମଲା ରେକର୍ଡ ହେବା ସହ 460 ଜଣଙ୍କ ମୃତ୍ୟୁ ହୋଇଛି, ଏବଂ 33 ହଜାର 964 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ପଜିଟିଭ ସଂଖ୍ୟା ୩ କୋଟି ୨୮ ଲକ୍ଷ ୧୦ ହଜାର ୮୪୫ କୁ ଛୁଇଁଛି । ସେଥିମଧ୍ୟରୁ ମୋଟ ୩ କୋଟି ୧୯ ଲକ୍ଷ ୯୩ ହଜାର ୬୪୪ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୭୮ ହଜାର ୧୮୧ଟି ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୩୯ ହଜାର ୨୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।