ଓଡିଶା

odisha

INDIA CORONA: ଖସୁଛି ସଂକ୍ରମଣ, ଦିନକରେ ୨୫,୦୭୨ ପଜିଟିଭ୍ ଚିହ୍ନଟ

ଦେଶରେ କୋରୋନା ମାମଲାରେ କ୍ରମାଗତ ହ୍ରାସ ବୃଦ୍ଧି ଲାଗି ରହିଥିବା ବେଳେ ଆଜି 30 ହଜାର ତଳକୁ ରହିଛି ଦୈନିକ ସଂକ୍ରମଣ । ତେବେ ଗତ ୨୪ ଘଣ୍ଟାରେ 25 ହଜାର 72ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି, ଯାହା ୧୬୦ ଦିନ ମଧ୍ୟରେ ସର୍ବନିମ୍ନ । ଅଧିକ ପଢନ୍ତୁ...

By

Published : Aug 23, 2021, 11:08 AM IST

Published : Aug 23, 2021, 11:08 AM IST

୧୬୦ ଦିନରେ ସର୍ବନିମ୍ନ, ୨୪ ଘଣ୍ଟାରେ ୨୫,୦୭୨ ପଜିଟିଭ୍ ଚିହ୍ନଟ
୧୬୦ ଦିନରେ ସର୍ବନିମ୍ନ, ୨୪ ଘଣ୍ଟାରେ ୨୫,୦୭୨ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ମାମଲାରେ କ୍ରମାଗତ ହ୍ରାସ ବୃଦ୍ଧି ଲାଗି ରହିଥିବା ବେଳେ ଆଜି 30 ହଜାର ତଳକୁ ରହିଛି ଦୈନିକ ସଂକ୍ରମଣ । ତେବେ ଗତ ୨୪ ଘଣ୍ଟାରେ 25 ହଜାର 72ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି, ଯାହା ୧୬୦ ଦିନ ମଧ୍ୟରେ ସର୍ବନିମ୍ନ । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ଏବଂ ୪୪ ହଜାର ୧୫୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି 24 ଲକ୍ଷ 49 ହଜାର 306କୁ ବୃଦ୍ଧି ହୋଇଛି । ସେହିପରି ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩4 ହଜାର 756କୁ ଛୁଇଁଛି । ୩ କୋଟି 16 ଲକ୍ଷ 80 ହଜାର 626 ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । 3 ଲକ୍ଷ 33 ହଜାର 924 ସକ୍ରିୟ ମାମଲା ରହିଛି ।

ଅନ୍ୟପଟେ ଏପର୍ଯ୍ୟନ୍ତ 58 କୋଟି 25 ଲକ୍ଷ 49 ହଜାର 595 ଟୀକାକରଣ ସରିଛି । ସେଥିମଧ୍ୟରୁ କେବଳ ରବିବାର ଦିନ 7 ଲକ୍ଷ 95 ହଜାର 543 ଜଣଙ୍କୁ ଟୀକାକରଣ କରାଯାଇଛି ।

@ANI

ABOUT THE AUTHOR

...view details