ନୂଆଦିଲ୍ଲୀ: ପୁଣି ଭାରତୀୟ ବାୟୁସେନାକୁ ମିଳିବ ବଳ । ଏୟାରଷ୍ଟ୍ରାଇକରେ ବ୍ୟବହୃତ ୨୫ ମିରାଜ-୨୦୦୦ ବିମାନ କିଣିବାକୁ ଯୋଜନା କରୁଛି ଭାରତ । ଆକାଶ ପଥରେ ଆସିବାକୁ ଥିବା ବିପଦକୁ ଟାଳିବା ପାଇଁ ସଜାଗ ହେଉଛି ଭାରତୀୟ ବାୟୁସେନା ।
କାରଣ ଯେଉଁ ମିରାଜ-୨୦୦୦ ଯୁଦ୍ଧବାହୀ ବିମାନ କାର୍ଗିଲ ଯୁଦ୍ଧର ଦିଗକୁ ବଦଳାଇ ଦେଇଥିଲା ଏବଂ ପାକିସ୍ତାନ ସୀମାରେ ପଶି ଜୈସ ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଦେଇଥିଲା, ତାହା ଏବେ ବାୟୁସେନାରେ ପୁଣି ଯୋଡି ହେବାକୁ ଯାଉଛି । ଭାରତୀୟ ବାୟୁସେନା ୨୪ ସେକେଣ୍ଡ ହ୍ୟାଣ୍ଡ୍ ମିରାଜ ସହିତ ନିଜର ଯୁଦ୍ଧବାହୀ କ୍ଷମତାକୁ ମଜବୁତ କରିବାକୁ ଯାଉଛି । ୪ର୍ଥ ପିଢିର ଏହି ଯୁଦ୍ଧ ବିମାନକୁ ଭାରତ ଦସାଲ୍ଟ ଏଭିଏସନ୍ ଠାରୁ କିଣିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ବାୟୁସେନାର ଜଣେ ଅଧିକାରୀ ।