ଓଡିଶା

odisha

ETV Bharat / bharat

ଭାରତ ଆକାଶରେ ଇମ୍ରାନଙ୍କ ବିମାନ ଉଡାଣକୁ ମିଳିଲା ଅନୁମତି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶ୍ରୀଲଙ୍କା ଗସ୍ତ କରିବେ । ଏନେଇ ବିମାନ ଯୋଗେ ଶ୍ରୀଲଙ୍କା ଯିବେ ଇମ୍ରାନ ଖାନ୍ । ଅଧିକ ପଢନ୍ତୁ...

ଇମ୍ରାନ ଖାନ
ଇମ୍ରାନ ଖାନ

By

Published : Feb 23, 2021, 3:09 PM IST

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶ୍ରୀଲଙ୍କା ଗସ୍ତ କରିବେ । ଏନେଇ ବିମାନ ଯୋଗେ ଶ୍ରୀଲଙ୍କା ଯିବେ ଇମ୍ରାନ ଖାନ୍ । ତେବେ ପାକିସ୍ତାନ, ଭାରତର ଆକାଶପଥ ସୀମା ବ୍ୟବହାର କରିବାକୁ ଅନୁମତି ମାଗିଥିଲା । ସୂଚନାନୁସାରେ, ଭାରତ ସରକାର ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ ବାୟୁମଣ୍ଡଳ ଦେଇ ଯିବାକୁ ଅନୁମତି ଦେଇଛନ୍ତି।

ପ୍ରକାଶଥାଉକି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ 23 ଫେବୃଆରୀରୁ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଇମ୍ରାନ ଖାନଙ୍କ ସହ କ୍ୟାବିନେଟର ଏକ ବଡ଼ ପ୍ରତିନିଧି ଏବଂ ବରିଷ୍ଠ ଅଧିକାରୀ ଯୋଗଦେବେ। ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଭେଟିବେ।

ପାକିସ୍ତାନ ଅର୍ଥନୀତି ଏବଂ ଆଭ୍ୟନ୍ତରୀଣ ସମସ୍ୟାର ସମ୍ମୁଖିନ ହେଉଥିବା ସମୟରେ ଇମ୍ରାନ ଖାନ୍ ଶ୍ରୀଲଙ୍କା ଯାଉଛନ୍ତି । ତେବେ 2019 ରେ କାଶ୍ମୀରରେ ମାନବିକ ଅଧିକାରର ଉଲ୍ଲଂଘନ ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଏବଂ ସାଉଦି ଆରବକୁ ବିମାନ ଉଡ଼ାଣ ପାଇଁ ପାକିସ୍ତାନ ନିଜର ଆକାଶପଥ ସୀମା ଖୋଲିବାକୁ ମନା କରିଦେଇଥିଲା। ସାଧାରଣ ପରିସ୍ଥିତିରେ VVIP ବିମାନ ଉଡାଣ ପାଇଁ ଦେଶଗୁଡିକୁ ଅନୁମତି ଅଛି । ତେବେ ଭିଭିଆଇପି ବିମାନକୁ ଅନୁମତିକୁ ପାକିସ୍ତାନର ମନା କରିବା ଅପମାନଜନକ ଥିଲା।

ABOUT THE AUTHOR

...view details