ନୂଆଦିଲ୍ଲୀ:ଭାରତରେ ଜାପାନୀ ବିମାନ ଅବତରଣ ଅନୁମତି ଉପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ସରକାର । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜାପାନ ସରକାର ଭାରତରୁ ୟୁକ୍ରେନ ଏବଂ ଏହାର ପଡୋଶୀ ଦେଶ ପାଇଁ ମାନବିକ ସାମଗ୍ରୀ ନେବାକୁ ମୁମ୍ବାଇରେ ଅବତରଣ କରିବାକୁ ଅନୁମତି ମାଗିଥିଲେ । ତେବେ ଏହି ଅନୁରୋଧକୁ ଅନୁମତି ମିଳିଛି ।
Humanitarian supplies for Ukraine: ଜାପାନ ବାଣିଜ୍ୟିକ ବିମାନରେ ମାଲ ପରିବହନକୁ ଅନୁମତି ଦେଲା ଭାରତ - ୟୁକ୍ରେନ ସଙ୍କଟ ତାଜା ଖବର
ଜାପାନ ସରକାର, ଭାରତରୁ ୟୁକ୍ରେନ ଏବଂ ଏହାର ପଡୋଶୀ ଦେଶ ପାଇଁ ମାନବିକ ସାମଗ୍ରୀ ନେବାକୁ ମୁମ୍ବାଇରେ ଅବତରଣ କରିବାକୁ ଅନୁମତି ମାଗିଥିଲେ । ତେବେ ଏହି ଅନୁରୋଧକୁ ଅନୁମତି ମିଳିଛି । ଅଧିକ ପଢନ୍ତୁ
ଜାପାନ ବିମାନ ଅବତରଣକୁ ନାଁ, ବାଣିଜ୍ୟିକ ବିମାନରେ ମାଲ ପରିବହନକୁ ଅନୁମତି
ଏଥିସହ ବାଣିଜ୍ୟିକ ବିମାନ ବ୍ୟବହାର କରି ସାମଗ୍ରୀ ନେବା ପାଇଁ ଆମେ ଅନୁମୋଦନ ଦେଇଛୁ ବୋଲି ଅରିନ୍ଦମ ବାଗଚୀ କହିଛନ୍ତି । ମାତ୍ର ୟୁକ୍ରେନ ପାଇଁ ମାନବିକ ମାଲ ପରିବହନ କରୁଥିବା ଜାପାନୀ ସେନାର ଏସଡିଏଫ (ସେଲଫ-ଡିଫେନ୍ସ ଫୋର୍ସ) ବିମାନ ପାଇଁ ଓଭର ଫ୍ଲାଇଟ୍ କ୍ଲିୟରାନ୍ସ ପାଇଁ ମଧ୍ୟ ଅନୁରୋଧ ପାଇଛୁ । ହେଲେ ଏହି ବିମାନକୁ ଅନୁମୋଦନ ସହ ବାଣିଜ୍ୟିକ ବିମାନରେ ମାଲ ପରିବହନକୁ ଆମେ ଅନୁମୋଦନ ଦେଇଛୁ ବୋଲି ସେ କହିଛନ୍ତି ।
@IANS