ନୂଆଦିଲ୍ଲୀ:ଦେଶରେ କୋରୋନା ସଂକ୍ରମଣରେ ବୃଦ୍ଧି । ପୁଣି ହୁହୁ ହୋଇ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏବେ 7 ହଜାର ମୁହାଁ ହୋଇଛି ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 6 ହଜାର 50 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ଟିଭ କେସ 28 ହଜାର 303ରେ ପହଞ୍ଚିଛି । ଗତକାଲି ସଂକ୍ରମଣ 5 ହଜାର ପାର କରିଥିବା ବେଳେ ଆଜି 6 ହଜାର ପାର କରିଛି ଯଦି ଦୈନିକ ସଂକ୍ରମଣରେ ଏପରି ବୃଦ୍ଧି ଘରେ ତେବେ କୋରୋନାର ଚତୁର୍ଥ ଲହରକୁ ଏଡାଇ ଦିଆଯାଇ ପାରିବ ନାହିଁ । ଏହାକୁ ନେଇ ଦେଶବାସୀଙ୍କ ମନରେ ପୁଣି ଭୟ ସୃଷ୍ଟି ହୋଇଛି ।
ସେହିପରି ଗତ 24 ଘଣ୍ଟା ମଧ୍ୟରେ 3 ହଜାର 320 କୋରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 4କୋଟି 41 ଲକ୍ଷ 85 ହଜାର 858ରେ ପହଞ୍ଚିଛି । ଦେଶରେ ଦୈନିକ ସଂକ୍ରମଣ ହାର 3.39 ପ୍ରତିଶତ ରହିଥିବା ବେଳେ ସପ୍ତାହିକ ସଂକ୍ରମଣ ହାର 3.02 ପ୍ରତିଶତ ରହିଛି । ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 5 ଲକ୍ଷ 30 ହଜାର 943 ରହିଛି । ମୋଟ 220.66 କୋଟି ଲୋକ କୋରୋନା ଟିକା ନେଇ ସାରିଛନ୍ତି । ସେଥି ମଧ୍ୟରେ 95.21 କୋଟି ସେକେଣ୍ଡ ଡୋଜ ଓ 22.87 କୋଟି ବୁଷ୍ଟର ଡୋଜ ନେଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 2ହଜାର 334 ଜଣ କୋରୋନା ଟିକା ନେଇଛନ୍ତି ।