ନୂଆଦିଲ୍ଲୀ:କୋରୋନା ସଂକ୍ରମଣରେ ବଡ ହ୍ରାସ । ଦେଶରେ 5 ହଜାରରେ ପହଞ୍ଚିଲା ଦୈନିକ ସଂକ୍ରମଣ । କିଛି ଦିନ ହେବ ଭାରତରେ ପଜିଟିଭଙ୍କ ସଂଖ୍ୟା କମୁଥିବାବେଳେ, ଆଜି ଏଥିରେ ବଡ ହ୍ରାସ ଦେଖାଯାଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମାତ୍ର 5,439 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 5,439 fresh Covid Cases) । ଗତକାଲି ଏହି ସଂଖ୍ୟା 7,591 ଥିଲା । ଅନ୍ୟପଟେ ଦେଶରେ ସଂକ୍ରମଣ କମୁଥିବାବେଳେ, ସୁସ୍ଥସଂଖ୍ୟା ବୃଦ୍ଧି ପାଉଛି । ଦିନକରେ 22,031 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,38,25,024କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ(Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି ।
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 65,732ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 1.70%% ରହିଛି । ସେହିପରି ଦେଶରେ ସାପ୍ତାହିକ ପଜିଟିଭ ହାର 2.64% ଅଛି । ଦେଶରେ କୋରୋନା ସୁସ୍ଥହାର 98.66%ରେ ପହଞ୍ଚିଛି । ଏବେସୁଦ୍ଧା 5 ଲକ୍ଷ 27 ହଜାରରୁ ଅଧିକ କୋରୋନା ସଂକ୍ରମିତ(Corona Positive) ପ୍ରାଣ ହରାଇଛନ୍ତି । କୋଭିଡ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସାରା ଦେଶରେ 88.55 କୋଟି ଟେଷ୍ଟିଂ ହୋଇଛି । ଗତ ୨୪ ଘଣ୍ଟାରେ 3,20,48 ଟେଷ୍ଟି କରାଯାଇଛି ।