ନୂଆଦିଲ୍ଲୀ:କାଶ୍ମୀରର ବିଚ୍ଛିନତାବାଦୀ ନେତା ୟାସିନ ମଲିକକୁ ଆଜୀବନ ଦଣ୍ଡାଦେଶ ପରେ କିଛି ଇସଲାମ ଦେଶଗୁଡ଼ିକର ସଂଗଠନର ପ୍ରତିକ୍ରିୟା ଆସିଛି । ୟାସିନଙ୍କ ଉପରେ କୋର୍ଟଙ୍କ ନିଷ୍ପତ୍ତି ଉପରେ OIC-IPHRC (ସ୍ବାଧୀନ ସ୍ଥାୟୀ ମାନବ ଅଧିକାର ଆୟୋଗ)ର ମନ୍ତବ୍ୟକୁ ଭାରତ ଗ୍ରହଣୀୟ ନୁହେଁ ବୋଲି କହିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ‘ବିଶ୍ବ ଆତଙ୍କବାଦକୁ ଆଦୌ ବରଦାସ୍ତ କରିବ ନାହିଁ ଏବଂ ଏହି ପ୍ରସଙ୍ଗକୁ କୌଣସି ପରିସ୍ଥିତିରେ ସଠିକ ବୋଲି ନ କହିବାକୁ ଇସଲାମିକ ସହଯୋଗ ସଂଗଠନ (OIC) ସେ ଅନୁରୋଧ କରିଛନ୍ତି’ ।
ଏନେଇ ବାଗଚି କହିଛନ୍ତି ଯେ," ୟାସିନ ମଲିକଙ୍କ ମାମଲାରେ କୋର୍ଟ ଶୁଣାଇଥିବା ନିଷ୍ପତ୍ତିକୁ ନେଇ ଭାରତକୁ ସମାଲୋଚନା କରୁଛି OIC-IPHRC । ଏହି ସଂଗଠନର କୌଣସି ଟିପ୍ପଣୀକୁ ଭାରତ ସ୍ବୀକାର କରିବାର ଯୋଗ୍ୟ ମାନୁ ନାହିଁ । " ବିଶ୍ବ ଆତଙ୍କବାଦକୁ ପ୍ରଶୟ ଦେଉନାହିଁ । ଏଣୁ OIC ଏନେଇ କୌଣସି ପରିସ୍ଥିତିରେ ନ୍ୟାୟ ନ ଦେଉ ବୋଲି ସେ କହିଛନ୍ତି । କିଛି ସମୟ ପୂର୍ବରୁ ଇସଲାମ ସମୂହର ମାନବଧିକାର ୱିଙ୍ଗ ମଲିକଙ୍କ ଦୋଷୀ ସାବ୍ୟସ୍ତକୁ ନିନ୍ଦା କରିଛି । ଏହି ରାୟ କାଶ୍ମିରୀ ମୁସଲମାନଙ୍କ ନିର୍ଯାତନାକୁ ଦର୍ଶାଉଛି । ଏହା ସହ ୟାସିନଙ୍କ ଉପରେ ନିଆଯାଇଥିବା ଦଣ୍ଡାଦେଶକୁ ଭୁଲ ନିଷ୍ପତ୍ତି ବୋଲି କହିଛି ।
ଏହା ବି ପଢନ୍ତୁ- Yasin Malik Gets life Imprisonment: ୟାସିନ ମଲ୍ଲିକକୁ ଆଜୀବନ କାରାଦଣ୍ଡ