ନୂଆଦିଲ୍ଲୀ:94 ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରଥମ ସୋଲାର ପାୱାର ଗାଁ ଗୁଜୁରାଟର ମୋଦେରା ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସୂର୍ଯ୍ୟ ଦେବଙ୍କ ବରଦାନ ସୌର ଶକ୍ତି । ସୌର ଶକ୍ତି ଜରିଆରେ ଆଜି ସମଗ୍ର ଦୁନିଆ ତାର ଭବିଷ୍ୟତକୁ ଦେଖୁଛି । ଭାରତ ଆଜି ତାର ପାରମ୍ପରିକ ଅନୁଭବକୁ ଆଧୁନିକ ବିଜ୍ଞାନ ସହ ଯୋଡିଛି । ସୌର ଶକ୍ତିରୁ ବିଦ୍ୟୁତ ତିଆରି କରିବାରେ ଭାରତ ବିଶ୍ବର ସବୁଠୁ ବଡ ଦେଶରେ ସାମିଲ ହୋଇଛି । ଖାଲି ସୋଲାର ନୁହେଁ ସ୍ପେସ ସେକ୍ଟରରେ ମଧ୍ୟ ଆଗକୁ ବଢୁଛି ଦେଶ । ଆଜି ଭାରତର ଅଭିବୃଦ୍ଧି ଦେଖୁଛି ବିଶ୍ବ କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଗୁଜୁରାଟର ମୋଦେରା ଗାଁର ଅଧିକାଂଶ ଘର ସୌର ଶକ୍ତିକୁ ବିଦ୍ୟୁତ ଉତ୍ପର୍ଣ୍ଣ କରୁଛି । ଏହା ଏକ ବଡ ସଫଳତା । କିଛି ଦିନ ପୂର୍ବେ ଦେଶର ପ୍ରଥମ ସୌର ଶକ୍ତି ଗାଁ ଭାବେ ଗୁଜୁରାଟର ମୋଦେରା ଗାଁକୁ ନେଇ ଚର୍ଚ୍ଚା ହୋଇଥିଲା । ଗାଁର ଅଧିକାଂଶ ଘର ସୋଲାର ପାୱାରରୁ ବିଜୁଳି ଉତ୍ପର୍ଣ୍ଣ କରୁଛନ୍ତି । ସେହି ଗ୍ରାମରେ ଆଉ ବିଜୁଳି ବିଲ ଆସୁନାହିଁ ବରଂ ବିଦ୍ୟୁତ ଉତ୍ପାଦନର ଚେକ ଆସୁଛି ବୋଲି କହିଛନ୍ତି । ସୋଲାର ସେକ୍ଟର ସହିତ ସ୍ପେସ ସେକ୍ଟରରେ ଭାରତ ଅଦ୍ଭତପୂର୍ବ ସଫଳତା ହାସଲ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏକ ପୁରୁଣା ସମୟକୁ ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି ମୋତେ ସେ ପୁରୁଣା ସମୟ ମନେ ପଡିଯାଉଛି ଯେବେ ଭାରତକୁ କ୍ରିୟୋଜେନିକ ରକେଟ ଟେକ୍ନୋଲୋଜି ଦେବାକୁ ମନା କରାଯାଇଥିଲା । ମାତ୍ର ଭାରତର ବୈଜ୍ଞାନିକ କେବଳ ସ୍ବଦେଶୀ ଜ୍ଞାନକୌଶଳର ବିକଶିତ କରିନାହାନ୍ତି ବରଂ ଅନେକ ସାଟେଲାଇକୁ ପରୀକ୍ଷଣ ପାଇଁ ପଠାଇଛନ୍ତି । ଏକା ସହିତ 36 ସାଇଲାଇଟର ସଫଳ ଉତକ୍ଷେପଣ କରିଛି ଭାରତ । ଏହି ଫିଲ୍ଡରେ ଷ୍ଟ୍ରଟଅପ ନୂଆ ଉଦ୍ଭାବନ ଆଣିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ବିର୍ସାମୁଣ୍ଡାଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି...