ନୂଆଦିଲ୍ଲୀ/କଲମ୍ବୋ:ଆର୍ଥିତ ସଙ୍କଟ ମଧ୍ୟରେ ଗତି କରୁଥିବା ପଡୋଶୀ ଶ୍ରୀଲଙ୍କାକୁ 21 ହଜାର ଟନର ସାର ପଠାଇଛି ଭାରତ । ଶ୍ରୀଲଙ୍କାରେ ସଙ୍କଟ ଆରମ୍ଭରୁ ଜାରି ରହିଥିବା ସହଯୋଗ ଶୃଙ୍ଖଳାର ଏହା ଏକ ଅଂଶବିଶେଷ ଯୋଗାଣ । ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇକିଶନର ଏହାକୁ ଔପଚାରିକ ଭାବେ ଶ୍ରୀଲଙ୍କା କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି (India hands over fertilizer to Sri Lanka ) । ଏହି ରାଶିକୁ ମିଶାଇ ଭାରତ ମୋଟ 44 ହଜାର ମେଟ୍ରିକ ଟନର ସାର ପଡୋଶୀ ରାଷ୍ଟ୍ରକୁ ପଠାଇ ସାରିଲାଣି । ଏବେ ମଧ୍ୟ ସହଯୋଗ ଜାରି ରହିଛି । ବିଭିନ୍ନ ସାମଗ୍ରୀକୁ ମିଶାଇ ବର୍ତ୍ତମାନ ସୁଦ୍ଧା ପ୍ରାୟ 4 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର (USD 4 billion in 2022) ସହାୟତା ରାଶି ପଠାଇ ସାରିଛି ନୂଆଦିଲ୍ଲୀ ।
ଶ୍ରୀଲଙ୍କାକୁ 21 ହଜାର ଟନ ସାର ପଠାଇଲା ଭାରତ - ଶ୍ରୀଲଙ୍କା ସଙ୍କଟ
ଶ୍ରାଲଙ୍କାକୁ 21 ହଜାର ଟନ ସାର ପଠାଇଲା ଭାରତ (fertilizer to Sri Lanka)। କଲମ୍ବୋରେ ଶ୍ରୀଲଙ୍କା କର୍ତ୍ତୃପକ୍ଷଙ୍କୁ ହସ୍ଥାନ୍ତର କଲେ ଭାରତୀୟ ଉଚ୍ଚାୟୁକ୍ତ । ସଙ୍କଟ ଆରମ୍ଭରୁ ଭାରତ ପଠାଇ ସାରିଲାଣି 4 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସହାୟତା । ଅଧିକ ପଢନ୍ତୁ
ଚଳିତ ବର୍ଷ ଆରମ୍ଭରୁ ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କାରେ ଆର୍ଥିକ ସ୍ଥିତିରେ ଦୃତ ଅବନତି ଦେଖିବାକୁ ମିଳିଥିଲା । ପରେ ସେଠାରେ ଉତ୍କଟ ଆର୍ଥିକ ସଙ୍କଟ ଦେଖାଯିବା ସହ ଗୃହଯୁଦ୍ଧ ପରି ସମସ୍ୟ ମଧ୍ୟ ଆରମ୍ଭ ହୋଇଛି । ଏପରି ସ୍ଥିତିରେ ଦେଶରେ ପ୍ରାୟ 5.7 ମିଲିୟନ ଲୋକେ ଖାଦ୍ୟ ସହ ଅନ୍ୟାନ୍ୟ ସାମଗ୍ରୀର ଅଭାବର ସାମ୍ନା କରିପାରନ୍ତି ବୋଲି ମିଳିତ ଜାତିସଂଘ ସତର୍କ ମଧ୍ୟ କରାଇ ସାରିଛି । ଭାରତ ପଡୋଶୀ ପ୍ରଥମ ମନ୍ତ୍ରରେ ପ୍ରାରମ୍ଭିକ ସମୟରୁ ସହାୟତା ଯୋଗାଣ ଜାରି ରଖିଛି । ଏକାଧିକ ପର୍ଯ୍ୟାୟରେ ଖାଦ୍ୟ, ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀ ପଠାଇ ସାରିଛି ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ