ଓଡିଶା

odisha

ETV Bharat / bharat

ଦେଶରେ ପ୍ରଥମ ସମଲିଙ୍ଗୀ ରାଜ ବିବାହ, ସମଲିଙ୍ଗୀ ଦମ୍ପତିଙ୍କ ପାଇଁ କଲେ ବୃଦ୍ଧାଶ୍ରମ

ଏକାଠି ହେଲା ମନ, ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ସମଲିଙ୍ଗୀ । ଯାହା ଭାରତର ପ୍ରଥମ ସମଲିଙ୍ଗୀ ରାଜ ବିବାହ । ଗୁଜୁରାଟ ରାଜପୁପ୍ଲାର ରାଜକୁମାର ମହେନ୍ଦ୍ର ସିଂହ ଏବଂ ଡି ଆଣ୍ଡ୍ରେ ରିଚାର୍ଡସନଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢ଼ନ୍ତୁ

India's first gay prince Manvendra Singh is married in Columbus
ଦେଶରେ ପ୍ରଥମ ସମଲିଙ୍ଗୀ ରାଜ ବିବାହ: ସମଲିଙ୍ଗୀ ଦମ୍ପତିଙ୍କ କଲେ ବୃଦ୍ଧାଶ୍ରମ

By

Published : Jul 10, 2022, 12:17 PM IST

ଗାନ୍ଧୀନଗର: ଏକାଠି ହେଲା ମନ, ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ସମଲିଙ୍ଗୀ । ଯାହା ଭାରତର ପ୍ରଥମ ସମଲିଙ୍ଗୀ ରାଜ ବିବାହ । ଗୁଜୁରାଟ ରାଜପୁପ୍ଲାର ରାଜକୁମାର ମହେନ୍ଦ୍ର ସିଂହ ଏବଂ ଡି ଆଣ୍ଡ୍ରେ ରିଚାର୍ଡସନ ଦୁଇ ଜଣ ଯୁବକ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟେ ବିବାହ ମୂହୁର୍ତ୍ତର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

India's first gay prince Manvendra Singh is married in Columbus

ରାଜକୁମାର ମହେନ୍ଦ୍ର ସିଂହ ଏବଂ ଡି ଆଣ୍ଡ୍ରେ ରିଚାର୍ଡସନ ଗତ 6 ତାରିଖରେ କଲମ୍ବସର ଏକ ଚର୍ଚ୍ଚରେ ବିବାହ କରିଛନ୍ତି । 8 ବର୍ଷ ଧରି ପରସ୍ପର ଏକାଠି ରହୁଥିଲେ । ଏହାପରେ ବିବାହ କରିବା ପାଇଁ ଚିନ୍ତା କରିଥିଲେ। ମହେନ୍ଦ୍ର ସିଂହ ଦେଶ ପ୍ରଥମ ରାଜକୁମାର ଯିଏ ସମଲିଙ୍ଗୀ ବିବାହ କରିଛନ୍ତି। ମହେନ୍ଦ୍ର ସିଂହ ରାଜପିପ୍ଲାରେ ସମଲିଙ୍ଗୀ ଦମ୍ପତିଙ୍କ ପାଇଁ ବୃଦ୍ଧାଶ୍ରମ ମଧ୍ୟ କରିଛନ୍ତି । ଆମେରିକାର ଲେଖକ "ଜନେତ"ଙ୍କ ନାମରେ ଏହି ଆଶ୍ରମର ନାମକରଣ କରାଯାଇଛି । କେବଳ ଭାରତ ନୁହେଁ ସମଗ୍ର ଏସିଆରେ ଏହା ପ୍ରଥମ ସମଲିଙ୍ଗୀ ଆଶ୍ରମ ବୋଲି କୁହାଯାଉଛି।

India's first gay prince Manvendra Singh is married in Columbus

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details