ଓଡିଶା

odisha

କମୁଛି ମୃତ୍ୟୁସଂଖ୍ୟା; ଗତ 24 ଘଣ୍ଟାରେ 1.32 ଲକ୍ଷ ନୂଆ ସଂକ୍ରମିତ, 2713 ମୃତ

କାମ ଦେଉଛି ଲକଡାଉନ । ସଂକ୍ରମଣ ସହ ତାଳ ଦେଇ କ୍ରମଶଃ କମୁଛି ମୃତ୍ୟୁସଂଖ୍ୟା । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1 ଲକ୍ଷ 32 ହଜାର 364 ନୂଆ ସଂକ୍ରମିତ ଚିହ୍ନଟ ଓ 2 ହଜାର 713 ମୃତ । ଅଧିକ ପଢନ୍ତୁ...

By

Published : Jun 4, 2021, 10:20 AM IST

Published : Jun 4, 2021, 10:20 AM IST

କମୁଛି ମୃତ୍ୟୁସଂଖ୍ୟା; ଗତ 24 ଘଣ୍ଟାରେ 1.32 ଲକ୍ଷ ନୂଆ ସଂକ୍ରମିତ, 2,713 ମୃତ
କମୁଛି ମୃତ୍ୟୁସଂଖ୍ୟା; ଗତ 24 ଘଣ୍ଟାରେ 1.32 ଲକ୍ଷ ନୂଆ ସଂକ୍ରମିତ, 2,713 ମୃତ

ନୂଆଦିଲ୍ଲୀ: ପୁଣି କମିଲା ସଂକ୍ରମଣ । ଦେଶରେ ଗତ 24 ଘଣ୍ଟାରେ 1 ଲକ୍ଷ 32 ହଜାର 364 ନୂଆ ସଂକ୍ରମିତ ଚିହ୍ନଟ । ସେହିପରି 24 ଘଣ୍ଟା ମଧ୍ୟରେ 2 ହଜାର 713 ଜଣଙ୍କ ମୁଣ୍ଡ ନେଇଛି କୋରୋନା । ଯାହାକୁ ବିଚାର କଲେ ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଛି । ତେବେ ଏହି ନୂଆ ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମଣ 2 କୋଟି 85 ଲକ୍ଷ 74 ହଜାର 350କୁ ବୃଦ୍ଧି ପାଇଛି । ସେପଟେ ମୋଟ ମୃତ୍ୟୁସଂଖ୍ୟା ମଧ୍ୟ 3 ଲକ୍ଷ 40 ହଜାର 702 ଛୁଇଁଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ।

ସେହିପରି ଗତ 24 ଘଣ୍ଟା ମଧ୍ୟରେ 2 ଲକ୍ଷ 7 ହଜାର 71 ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 2 କୋଟି 65 ଲକ୍ଷ 97 ହଜାର 655ରେ ପହଞ୍ଚିଛି । ଫଳରେ ଦେଶରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଉଥିବା ଦେଖାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା 16 ଲକ୍ଷ 35 ହଜାର 993 ଟି ସକ୍ରିୟ ମାମଲା ରହିଛି । ଏଯାବତ୍ 22 କୋଟି 41 ଲକ୍ଷ 9 ହଜାର 448ଟି କୋଭିଡ ପରୀକ୍ଷା କରାଯାଇଛି । ସଂକ୍ରମଣ ଚେନ୍ ଭାଙ୍ଗିବାକୁ ରାଜ୍ୟ ସରକାରମାନଙ୍କ ଲକଡାଉନ ସଟଡାଉନ କଟକଣା ଫଳପ୍ରଦ ସାବ୍ୟସ୍ତ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details