ଓଡିଶା

odisha

ETV Bharat / bharat

୨୦୨୪ ନିର୍ବାଚନ ପ୍ରସ୍ତୁତି: ଅକ୍ଟୋବରରେ ଭୋପାଳରେ ପ୍ରଥମ ରାଲି କରିବ ଇଣ୍ଡିଆ ମେଣ୍ଟ - ଅକ୍ଟୋବରରେ ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି

ଅକ୍ଟୋବରରେ ଭୋପାଳରେ ପ୍ରଥମ ରାଲି କରିବା ଇଣ୍ଡିଆ ମେଣ୍ଟ । ସମନ୍ବୟ କମିଟି ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ

ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକ
ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକ

By ETV Bharat Odisha Team

Published : Sep 14, 2023, 8:52 AM IST

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ବିରୋଧୀ ମେଣ୍ଟ ବିଭିନ୍ନ ରାଜ୍ୟରେ ମିଳିତ ରାଲି କରିବ । ଆସନ୍ତା ଅକ୍ଟୋବର ମାସରେ ନିର୍ବାଚନ ମୁହାଁ ମଧ୍ୟପ୍ରଦେଶର ଭୋପାଳରେ ଇଣ୍ଡିଆ ମେଣ୍ଟର ପ୍ରଥମ ସାଧାରଣ ସଭା ବା ରାଲି ଆୟୋଜନ କରାଯିବ । ଏନେଇ ସମନ୍ବୟ କମିଟିରେ ନିଷ୍ପତ୍ତି ହୋଇଛି ।

ବୈଠକ ପରେ ବିରୋଧୀ ମେଣ୍ଟ ପକ୍ଷରୁ ଜାରି ମିଳିତ ବିବୃତ୍ତିରେ କୁହାଯାଇଛି, ଭୋପାଳରେ ଅକ୍ଟୋବର ପ୍ରଥମ ସପ୍ତାହରେ ମେଣ୍ଟର ପ୍ରଥମ ରାଲି ଅନୁଷ୍ଠିତ ହେବ । ଏହି ରାଲିରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ବିଜେପି ସରକାରରେ ଦୁର୍ନୀତି ଇତ୍ୟାଦି ପ୍ରସଙ୍ଗ ଉପରେ ଗୁରୁତ୍ବ ଦିଆଯିବ । ଏଥିସହ ମେଣ୍ଟ ଜାତିଭିତ୍ତିକ ଗଣଗଣନା ପ୍ରସଙ୍ଗ ମଧ୍ୟ ଆଗକୁ ନେବ ।

ଏହାମଧ୍ୟ ପଢନ୍ତୁ: Parliament Special Session: 17ରେ ସର୍ବଦଳୀୟ ବୈଠକ ଡାକିଲା କେନ୍ଦ୍ର

ସୂଚନା ଥାଉକି, ବୁଧବାର ସନ୍ଧ୍ୟାରେ ଶରଦ ପାୱାରଙ୍କ ଦିଲ୍ଲୀ ବାସଭବନରେ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ସାଧାରଣ ନିର୍ବାଚନ ପାଇଁ ପୂର୍ବ ନିର୍ବାଚନରେ ଦଳ ଗୁଡିକର ପ୍ରଦର୍ଶନକୁ ଭିତ୍ତି କରି ଖୁବଶୀଘ୍ର ଆସନ ବୁଝାମଣା ସଂକ୍ରାନ୍ତରେ ଆଲୋଚନା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏହି ୧୪ ଜଣିଆ କମିଟିରେ ଶରଦ ପାୱାରଙ୍କ ସମେତ କଂଗ୍ରେସ ନେତା କେସି ବେଣୁଗୋପାଳ, ଆମ ଆଦମୀ ପାର୍ଟିର ରାଘବ ଚଢା, ରାଷ୍ଟ୍ରୀୟ ଜନତା ଦଳର ତେଜସ୍ବୀ ଯାଦବ ଓ ତୃଣମୂଳ କଂଗ୍ରେସ ନେତା ଅଭିଷେକ ବାନାର୍ଜୀ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଶିବସେନା(ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ, ସିପିଆଇ ନେତା ଡି ରାଜା, ନ୍ୟାସନାଲ କନଫରେନ୍ସ ନେତା ଅମର ଅବଦୁଲ୍ଲା, ପିଡିପି ନେତା ମେହବୁବା ମୁଫତି ପ୍ରମୁଖ ସଦସ୍ୟ ଅଛନ୍ତି ।

ଏହାମଧ୍ୟ ପଢନ୍ତୁ : ‘କଣ ଆପଣ ଇଣ୍ଡିଆ ମେଣ୍ଟର ନେତୃତ୍ବ ନେବେ’: ମମତାଙ୍କୁ ପଚାରିଲେ ଶ୍ରୀଲଙ୍କା ରାଷ୍ଟ୍ରପତି

ହେଲେ ଗତକାଲିର ସମନ୍ବୟ କମିଟି ବୈଠକରେ ଟିଏମସି ନେତା ଅଭିଷେକ ସାମିଲ ହୋଇପାରି ନଥିଲେ । ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ପଚରାଉଚରା ପାଇଁ ସେ କାଲି କୋଲକାତା ସ୍ଥିତ ଇଡି ଅଫିସରେ ହାଜର ହୋଇଥିଲେ । ତାଙ୍କ ବ୍ୟତୀତ କମିଟିର ଅନ୍ୟ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ ।

ABOUT THE AUTHOR

...view details