ନୂଆଦିଲ୍ଲୀ: ଆଜି (ଶନିବାର) ନୂଆଦିଲ୍ଲୀ ଏବଂ ଇସଲାମାବାଦ ମଧ୍ୟରେ ଆଣବିକ ପ୍ରତିଷ୍ଠାନ ଓ କେନ୍ଦ୍ର ସମ୍ପର୍କିତ ତଥ୍ୟ ବା ସୂଚୀ ବିନିମୟ ହୋଇଛି । ଦୁଇ ପଡୋଶୀ ଦେଶ ମଧ୍ୟରେ ପୂର୍ବରୁ ସ୍ବାକ୍ଷରିତ ହୋଇଥିବା ଚୁକ୍ତିନାମା ଅନୁସାରେ ଏହି ତଥ୍ୟ କୂଟନୈତିକ ସ୍ତରରେ ଆଦାନ ପ୍ରଦାନ ହୋଇଥାଏ । ନୂଆଦିଲ୍ଲୀ ଓ ଇସଲାମାବାଦରେ ଉଭୟ ପାର୍ଶ୍ବରେ ଏହି ତଥ୍ୟ ଆଦାନପ୍ରଦାନ ପ୍ରକ୍ରିୟାକୁ ସମାପ୍ତ କରାଯାଇଛି । ଦୁଇ ଦେଶର ଆଣବିକ ସଂସ୍ଥାନ ଉପରେ ପରସ୍ପରର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା, ଯାହାକୁ ପ୍ରତି ଜାନୁଆରୀ ପହିଲାରେ ଗତ ୩ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟକାରୀ କରି ଆସୁଛନ୍ତି ଦୁଇ ଦେଶ ।
ଏହା ମଧ୍ୟ ପଢନ୍ତୁ:-New year 2022: ପରସ୍ପରକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଲେ ଭାରତ ଓ ପାକ ସେନା