ଓଡିଶା

odisha

By

Published : Aug 13, 2021, 8:59 AM IST

ETV Bharat / bharat

Independence Day; ଆଜି ଏକାଧିକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବ ପ୍ରତିରକ୍ଷା ମନ୍ତ୍ରଣାଳୟ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଆଜି(ଶୁକ୍ରବାର) ପ୍ରତିରକ୍ଷା ମନ୍ତ୍ରଣାଳୟର ଏକାଧିକ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ ସୀମା ସଡକ ସଂଗଠନ(BRO)ର ମଧ୍ୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ । ଅଧିକ ପଢନ୍ତୁ...

Independence Day 2021
Independence Day 2021

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଆଜି(ଶୁକ୍ରବାର) ପ୍ରତିରକ୍ଷା ମନ୍ତ୍ରଣାଳୟର ଏକାଧିକ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ । ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ ସୀମା ସଡକ ସଂଗଠନ(BRO)ର ମଧ୍ୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ ।

ନିଷ୍ପତ୍ତି ଅନୁସାରେ BRO ର ୭୫ ଗୋଟି ଟିମ ଆଜି ଦେଶର ୭୫ ଟି ଟିମ ଅତି ଦୁର୍ଗମ ଅଞ୍ଚଳକୁ ଗସ୍ତ କରିବେ । ଯେଉଁଠାରେ ସେମାନେ ୧୫ ଅଗଷ୍ଟରେ ତ୍ରିରଙ୍ଗା ଉଡାଇବେ । ସେହିପରି ଭାରତୀୟ ତଟରକ୍ଷୀ ବାହିନୀ ଆଜାଦୀ କା ଅମୃତ ମହୋତ୍ସବ ପାଳନ ପାଇଁ ଦେଶର ୧୦୦ଟି ଦ୍ବୀପରେ ଉଡାଇବ ତ୍ରିରଙ୍ଗା । ଏହାବାଦ ସେନାର ୭୫ ଟି ଟିମ ମଧ୍ୟ ଆଜି ଦେଶର ପାର୍ବତ୍ୟାଞ୍ଚଳ ଗସ୍ତ କରି ପାହାଡ ଚଢି ୧୫ ଅଗଷ୍ଟରେ ପାହାଡ ଶିଖରରେ ତ୍ରିରଙ୍ଗା ଉଡାଇବେ । ଭାରତ ସ୍ବାଧିନତାର ୭୫ ବର୍ଷ ଅମୃତ ମହୋତ୍ସବ ପାଳନ କରୁଛି । ପ୍ରତିରକ୍ଷା ମନ୍ତ୍ରୀ ଆଜି ସବୁଜ ପତାକା ଦେଖାଇ ସମସ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ତଥା ଆଜି ଠାରୁ ତଟରକ୍ଷୀ ବାହିନୀ, ସେନା ଓ ବିଆରଓ ଅଧିକାରୀ ମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ ।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ପ୍ରତିରକ୍ଷା ମନ୍ତ୍ରୀ ଜାତୀୟ କ୍ୟାଡେଟ କୋର(NCC)ର ଏକ କାର୍ଯ୍ୟକ୍ରମ ମଧ୍ୟ ଶୁଭାରମ୍ଭ କରିବେ । ଯେଉଁଥିରେ କ୍ୟାଡେଟର ସଦସ୍ୟ ମାନେ ଦେଶର ୮୨୫ ଜଣ ସ୍ବାଧିନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ସଫେଇ କରିବା ସହ ପୁଷ୍ପମାଲ୍ୟାର୍ପଣ କରିବେ । ଏହାବାଦ ଭାରତ-ପାକ ୧୯୭୧ ଯୁଦ୍ଧକୁ ନେଇ ଲିଖିତ ଏକ ପୁସ୍ତକ ‘ଡିଡ୍ସ ଅଫ ବୀରତା’ର ଉନ୍ମୋଚନ କରିବେ । ପୁସ୍ତକରେ ୧୯୭୧ ଯୁଦ୍ଧ ସମ୍ବନ୍ଧୀୟ ୨୦ଟି ଦୁଃସାହସିକ କାର୍ଯ୍ୟ ସ୍ଥାନ ପାଇଥିବା ବେଳେ ଭାରତୀୟ ସୈନିକଙ୍କ ବୀରଗାଥା ଲିଖିତ ହୋଇଛି ।

ସେହିଭଳି ଏକ ଜନ ସମ୍ପର୍କ ଅଭିଯାନ ମଧ୍ୟ ପ୍ରାରମ୍ଭ କରିବେ । ଯେଉଁଥିରେ ବର୍ତ୍ତମାନ ଓ ପୂର୍ବତନ ସୈନିକଙ୍କ ସହ ସମ୍ପର୍କ ସ୍ଥାପନ କରାଯିବ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଏହାଦ୍ବାରା ପୂର୍ବ ସୈନିକଙ୍କ ଥିବା ସମସ୍ୟାକୁ ଦୂର ପାଇଁ ଉଦ୍ୟମ ହେବ । ଶେଷରେ ଏକ ଜଳ ସଂରକ୍ଷଣ କାର୍ଯ୍ୟକ୍ରମରେ ମଧ୍ୟ ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details