ମୁମ୍ବାଇ:ମହାରାଷ୍ଟ୍ରରେ ଆଉ ୨ଜଣ ଓମିକ୍ରନ (omicron) ଭ୍ୟାରିଏଣ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତ ପୁଣେର ବୋଲି ସୂଚନା ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି ।
ଭାରତରେ ପ୍ରଥମେ କର୍ଣ୍ଣାଟକରେ ଓମିକ୍ରନ ଭ୍ୟାରିଏଣ୍ଟର ପ୍ରଥମ ଦୁଇଟି ମାମଲା ସାମ୍ନାକୁ ଆସିଥିଲା । ପରେ ଗୁଜୁରାଟର ଜାମନଗରରେ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଗତକାଲି (ରବିବାର) ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ୭ଟି ନୂଆ ଭ୍ୟାରିଏଣ୍ଟ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ଗୋଟିଏ ପରିବାରର ଥିଲେ । ସେହିପରି ଦିଲ୍ଲୀରେ ମଧ୍ୟ ଜଣେ 30 ବର୍ଷୀୟ ବ୍ୟକ୍ତି omicron ରେ ସଂକ୍ରମିତ ହୋଇ ଲୋକନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।