ଓଡିଶା

odisha

ETV Bharat / bharat

ପ୍ରଥମ ଭାରତୀୟ ଭାବେ ସ୍କଟଲ୍ୟାଣ୍ଡର ବିଧାୟକ ହେଲେ ମୁମ୍ବାଇ ଡାକ୍ତର

ମହାରାଷ୍ଟ୍ରର ଅମରାବତୀ ମୂଳବାସିନ୍ଦା ଡକ୍ଟର ସନ୍ଦେଶ ପ୍ରକାଶ ଗଲ୍‌ହନେ ପ୍ରଥମ ଭାରତୀୟ ଭାବେ ସ୍କଟଲ୍ୟାଣ୍ଡର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ...

ପ୍ରଥମ ଭାରତୀୟ ଭାବେ ସ୍କଟଲ୍ୟାଣ୍ଡର ବିଧାୟକ ହେଲେ ମୁମ୍ବାଇ ଡାକ୍ତର
ପ୍ରଥମ ଭାରତୀୟ ଭାବେ ସ୍କଟଲ୍ୟାଣ୍ଡର ବିଧାୟକ ହେଲେ ମୁମ୍ବାଇ ଡାକ୍ତର

By

Published : May 17, 2021, 8:52 AM IST

ମୁମ୍ବାଇ: ମହାରାଷ୍ଟ୍ରର ଅମରାବତୀ ଅଞ୍ଚଳର ଡାକ୍ତର ସନ୍ଦେଶ ପ୍ରକାଶ ଗଲ୍‌ହନେ ପ୍ରଥମ ଭାରତୀୟ ଭାବେ ସ୍କଟଲ୍ୟାଣ୍ଡର ବିଧାୟକ ହୋଇଛନ୍ତି । ତେବେ ସେ ଭାରତୀୟ ହୋଇଥିବା ବେଳେ ଲଣ୍ଡନରେ ବାସ କରିଥାନ୍ତି ବୋଲି ସୂଚନା ମିଳିଛି ।

ଡକ୍ଟର ଗଲହନେ ୟୁକେର କିଲବ୍ରାଇଡ ଅଞ୍ଚଳରେ ତିବା ଏକ ହସ୍ପିଟାଲର ଅର୍ଥୋପେଡିକ ବା ହାଡ ବିଭାଗରେ କାମ କରିଥାନ୍ତି । ଏହାସହିତ ସେ ସ୍କଟଲ୍ୟାଣ୍ଡର ରାଜନୀତିରେ ଯୋଗ ଦେଇଥିଲେ । ଏହିବର୍ଷ ସେ ଗ୍ଲାସଗୋ ପୋଲ୍ଲୋକରୁ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଥିଲେ । ଏହାପରେ ସେ ସେ ସ୍କଟିସ କନଜରଭେଟିଭ ଏବଂ ୟୁନିଅନିଷ୍ଟ ପାର୍ଟି ପକ୍ଷରୁ ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ ଏବଂ ସେ ନିର୍ବାଚନରେ ଅନ୍ୟ ପ୍ରାର୍ଥୀଙ୍କୁ କଡ୍ଡା ଟକ୍କର ଦେଇ ନିର୍ବାଚନ ଜିତିଥିଲେ ।

କୋରୋନା ମହାମାରୀ ସମୟରେ ଲୋକଙ୍କୁ ଡାକ୍ତରୀ ସେବା ଯୋଗାଇ ଆସିଥାବରୁ ତାଙ୍କୁ କୋରୋନା ଯୋଦ୍ଧା ଭାବେ ଘୋଷଣା କରାଯାଇଥିଲା । ତେବେ ନିର୍ବାଚନ ଜିତିବା ପରେ ସେ ପ୍ରଥମ ଭାରତୀୟ ଭାବେ ଏହି କୃତିତ୍ବ ହାସଲ କରିଛନ୍ତି । ମୁମ୍ବାଇର ଅମରାବତୀ ଜିଲ୍ଲାରେ ଥିବା ଜକ୍ଟର ଗଲହନେଙ୍କ ସମ୍ପର୍କୀୟ ଭାଇ ମହେଶ ସରଞ୍ଜେ କହିଛନ୍ତି ଯେ ସନ୍ଦେଶଙ୍କ ପିତା ପ୍ରକାଶ ଗଲ୍‌ହନେ ଲଣ୍ଡନରେ ଏକ ଘରୋଇ କମ୍ପାନରେ ଇଞ୍ଜିନିୟର ଭଆବେ କାର୍ଯ୍ୟ କରିଥାନ୍ତି ।

ତେବେ ଗତ ମେ 8 ତାରିଖରେ ସନ୍ଦେଶ ସ୍କଟଲ୍ୟାଣ୍ଡର ବିଧାୟକ ଭାବେ ନିର୍ବାଚିତ ହେବା ସମ୍ପର୍କରେ ସେ ଖବର ପାଇଥିଲେ । ଏନେଇ ସେ ନିଜର ଖୁସିବ୍ୟକ୍ତ କରିବା ସହ ସନ୍ଦେଶଙ୍କ ଉଚ୍ଚ ଭବିଷ୍ୟତ କାମନା କରିଛନ୍ତି । ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରି ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ସେ ପରିବାର ସମେତ ଅମରାବତୀ ଜିଲ୍ଲାର ମଧ୍ୟ ବିଶ୍ବ ଦରବାରରେ ପରିଚିତ କରିଥିବା ସେ କହିଛନ୍ତି । ଡକ୍ଟର ସନ୍ଦେଶ ସାମାଜିକ କାର୍ଯ୍ୟ ମଧ୍ୟ କରିଥାନ୍ତି ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details