ଓଡିଶା

odisha

ETV Bharat / bharat

Pakistan Political Crisis: କ୍ଷମତାଚ୍ୟୁତ ପରେ ପ୍ରଥମ ସଂସଦୀୟ ଦଳ ବୈଠକ ଡାକିଲେ ଇମ୍ରାନ

ପାକିସ୍ତାନରେ ଇମ୍ରାନ ସରକାରଙ୍କ ଅବସାନ ପରେ ପ୍ରଥମ ବୈଠକ ଡାକିଲେ ଇମ୍ରାନ ଖାନ । ପିଟିଆଇର ସମସ୍ତ ସଦସ୍ୟ ଏକକଳୀନ ଇସ୍ତଫା ଦେବା ନେଇ ଚର୍ଚ୍ଚା ଆରମ୍ଭ । ଅଧିକ ପଢନ୍ତୁ

pakistan political crisis: କ୍ଷମତାଚ୍ୟୁତ ପରେ ପ୍ରଥମ ସଂସଦୀୟ ଦଳ ବୈଠକ ଡାକିଲେ ଇମ୍ରାନ
pakistan political crisis: କ୍ଷମତାଚ୍ୟୁତ ପରେ ପ୍ରଥମ ସଂସଦୀୟ ଦଳ ବୈଠକ ଡାକିଲେ ଇମ୍ରାନ

By

Published : Apr 10, 2022, 10:39 PM IST

ଇସଲାମାବାଦ: ପାକିସ୍ତାନରେ ଶେଷ ହୋଇଛି ଇମ୍ରାନ ଖାନଙ୍କ ଯୁଗ । ଗତକାଲି କ୍ଷମତାଚ୍ୟୁତ ହେବା ପରେ ଆଜି ନିଜ ଦଳ ପିଟିଆଇର ପ୍ରଥମ ସଂସଦୀୟ ଦଳ ବୈଠକ ଆହୁତ କରିଛନ୍ତି ଇମ୍ରାନ ଖାନ । ଆଜି (ରବିବାର) ଏହି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ସମସ୍ତ ସଦସ୍ୟ ଅଶଂଗ୍ରହଣ କରିଛନ୍ତି । ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଥିବା ସୂଚନା ମିଳିଛି ।

ଆଜିର ବୈଠକରେ ଆଗାମୀ ନିଷ୍ପତ୍ତି ନିଆଯିବା ନେଇ ବିଚାର ବିମର୍ଶ ଜାରି ରହିଛି । ଗାଦିଚ୍ୟୁତ ହେବା ପରେ ମଧ୍ୟ ଇମ୍ରାନ ସେହି ପୁରୁଣା ମନ୍ତବ୍ୟକୁ ଦୋହରାଇବାରେ ଲାଗିଛନ୍ତି । ବିଦେଶୀ ଷଡଯନ୍ତ୍ର ବୋଲି ଦର୍ଶାଇବା ସହ ଆଜି ଠାରୁ ଏହା ସ୍ବାଧୀନତା ପାଇଁ ଆନ୍ଦୋଳନର ଆରମ୍ଭ ବୋଲି ମଧ୍ୟ ସେ ଟ୍ବିଟ କରିଥିବା ଦେଖିବାକୁ ମିଳିଛି । ପାକିସ୍ତାନ 1947 ମସିହାରେ ସ୍ବାଧୀନ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିବା ବେଳେ ଆଜି କ୍ଷମତା ବଦଳାଇବା ପାଇଁ ବାହ୍ୟ ଷଡଯନ୍ତ୍ର ବିରୁଦ୍ଧରେ ସ୍ବାଧୀନତା ଆରମ୍ଭ କରିବାର ସମୟ ଆସିଛି ଓ ଆଜି ଏହାର ଆରମ୍ଭ ବୋଲି ଇମ୍ରାନ ଟ୍ବିଟ କରିଥିଲେ ।

ଅନ୍ୟପଟେ ଆଉ ଏକ ରୋଚକ ଖବର ମଧ୍ୟ ସାମ୍ନାକୁ ଆସିଛି । ଇମ୍ରାନଙ୍କ ଦଳ ସଂଖ୍ୟା ଗରିଷ୍ଠତା ପ୍ରାମାଣ କରିବାରେ ବିଫଳ ହେବା ପରେ ଦଳର ସମସ୍ତ ସଦସ୍ୟ ସଂସଦରୁ ଏକକାଳୀନ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । କିନ୍ତୁ ଏନେଇ ଦଳ ପକ୍ଷରୁ ଔପଚାରିକ ଭାବେ ଘୋଷଣା କରାଯାଇନାହିଁ । ଆଜି ବସିଥିବା ବୈଠକରେ ମଧ୍ୟ ଇମ୍ରାନଙ୍କ ଦଳ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରେ ବୋଲିି ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details