ଓଡିଶା

odisha

By

Published : Mar 10, 2022, 7:22 AM IST

ETV Bharat / bharat

ୟୁକ୍ରେନକୁ ୧.୪ ବିଲିୟନ ଡଲାର ଜରୁରୀକାଳୀନ ସହାୟତା ଦେଲା IMF

ଋଷିଆ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ୟୁକ୍ରେନ । ଯୁଦ୍ଧ ଜନିତ ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ୟୁକ୍ରେନକୁ ୧.୪ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ମଞ୍ଜୁର କଲା ଆଇଏମଏଫ । ଅଧିକ ପଢନ୍ତୁ

ୟୁକ୍ରେନକୁ ୧.୪ ବିଲିୟନ ଡଲାର ଜରୁରୀକାଳୀନ ସହାୟତା ଦେଲା IMF
ୟୁକ୍ରେନକୁ ୧.୪ ବିଲିୟନ ଡଲାର ଜରୁରୀକାଳୀନ ସହାୟତା ଦେଲା IMF

ୱାସିଂଟନ: ଋଷିଆ ଆକ୍ରମଣରେ ଖିନଭିନ୍ ହୋଇଯାଇଛି ୟୁକ୍ରେନ । ଘନ ଘନ ରେକଟ୍ ଓ ବୋମାମାଡ ମଧ୍ୟରେ ୟୁକ୍ରେନର ଅନେକ ସହର ମରୁଭୂମିରେ ପରିଣତ ହୋଇଛି । ଏଭଳି ସ୍ଥିତିରେ ଯୁଦ୍ଧଗ୍ରସ୍ତ ୟୁକ୍ରେନ ପାଇଁ ସହାୟତାର ହାତ ବଢାଇଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି(IMF) । ଜରୁରୀ ଖର୍ଚ୍ଚ ଆବଶ୍ୟକତାକୁ ପୁରା କରିବା ପାଇଁ ଏବଂ ଋଷ ଆକ୍ରମଣ ଜନିତ କ୍ଷତି କମ୍ କରିବା ଲାଗି ବୁଧବାର ଆଇଏମଏଫର କାର୍ଯ୍ୟକାରୀ ବୋର୍ଡ(executive board) ପକ୍ଷରୁ ୟୁକ୍ରେନ ପାଇଁ ୧.୪ ବିଲିୟନ ଡଲାରର ଜରୁରୀକାଳୀନ ସହାୟତା ମଞ୍ଜୁର କରାଯାଇଛି ।

ଆଇଏମଏଫ ପରିଚାଳନା ନିର୍ଦ୍ଦେଶକ ଏକ ବିବୃତ୍ତିରେ କହିଛନ୍ତି, ଯୁଦ୍ଧର ଭୟଙ୍କର ପରିମାଣ ୟୁକ୍ରେନ ଭୋଗୁଛି । ଋଷିଆର ସାମରିକ ଅପରେସନ ଯୋଗୁଁ ୟୁକ୍ରେନ ବ୍ୟାପକ ଆର୍ଥିକ ସମସ୍ୟା ଏବଂ ମାନବୀୟ ସମସ୍ୟା ମଧ୍ୟ ଦେଇ ଗତିକରୁଛି । ବର୍ତ୍ତମାନ ସମୟରେ ଏହାର ଆର୍ଥିକ ଆବଶ୍ୟକତା ବୃହତ୍ ଏବଂ ଜରୁରୀ ଥିବାବେଳେ ଯୁଦ୍ଧ ଜାରି ରହିଲେ ଏହା ଯଥେଷ୍ଟ ବୃଦ୍ଧି ପାଇପାରେ । ଯୁଦ୍ଧ ଶେଷ ହେବା ପରେ ୟୁକ୍ରେନ ଅତିରିକ୍ତ ବୃହତ୍ ସମର୍ଥନ ଆବଶ୍ୟକ କରିବାର ସମ୍ଭାବନା ରହିଛି ।

ୟୁକ୍ରେନର ସଙ୍କଟ ସମୟରେ ଅନ୍ତରାଷ୍ଟ୍ରୀୟ ସଂଗଠନ ଆର୍ଥିକ ସହଯୋଗର ହାତ ବଢାଉଛନ୍ତି । ସୋମବାର ବିଶ୍ବ ବ୍ୟାଙ୍କର କାର୍ଯ୍ୟକାରୀ ବୋର୍ଡ ମଧ୍ୟ ଯୁଦ୍ଧଗ୍ରସ୍ତ ରାଷ୍ଟ୍ର ପାଇଁ ୭୨୩ ମିଲିୟନ ଡଲାରର ଋଣ ପ୍ୟାକେଜକୁ ମଞ୍ଜୁରୀ ଦେଇଛି ।

@ANI

ABOUT THE AUTHOR

...view details