ଓଡିଶା

odisha

ETV Bharat / bharat

ଉତ୍ତର ଭାରତ ପିଛା ଛାଡୁନି ବର୍ଷା, ଆହୁରି ବର୍ଷିବା ନେଇ IMDର ଆକଳନ - weather forecast for north india

ଉତ୍ତର ଭାରତରେ ବର୍ଷା ବିପତ୍ତି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆହୁରି ବର୍ଷିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

weather update
Imd weather update

By

Published : Jul 11, 2023, 2:22 PM IST

ନୂଆଦିଲ୍ଲୀ: ବର୍ଷୁଛି ଯେ ବର୍ଷୁଛି । ଛାଡିବାର ନାମ ନେଉନାହିଁ । ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ଚାରିଆଡେ ପାଣି ଆଉ ପାଣି । ଦିଲ୍ଲୀରୁ ନେଇ ଜମ୍ମୁ କାଶ୍ମୀର ସବୁଠି ଜଳବନ୍ଦୀ ଜୀବନ। ଜଳମଗ୍ନ ହୋଇଛି ଉତ୍ତର ଭାରତ । ବନ୍ୟା ପରିସ୍ଥିତି ସୃଷ୍ଟି କରିବା ପରେ ବି ମନ ଶାନ୍ତି ହୋଇନାହିଁ । ଆହୁରି ବର୍ଷିବ । ଭାରତୀୟ ପାଣିପାଗ କହିଛି ଦେଶରେ ବର୍ଷା କମିବ ନାହିଁ । ମୌସୁମୀ ଦକ୍ଷିଣ ପଶ୍ଚିମରୁ ଉତ୍ତର ପୂର୍ବ ଦିଗରେ ଗତି କରୁଛି । ଆଜି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଉତ୍ତରପ୍ରଦେଶ ଓ ମେଘାଳୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଇଏମଡି । ଆସନ୍ତାକାଲି ଆର୍ଥାତ ଜୁଲାଇ 12 ତାରିଖରୁ ଉତ୍ତରପ୍ରଦେଶ, ଉପ ହିମାଳୟ, ପଶ୍ଚିମବଙ୍ଗ, ସିକିମ, ବିହାର ଓ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ...North India Flood: ବର୍ଷୁଛି ମୌସୁମୀ ଭାସୁଛି ଉତ୍ତର ଭାରତ, ଅଧିକ ପ୍ରଭାବିତ ହିମାଚଳ

ଆଗାମୀ 24 ଘଣ୍ଟା ହିମାଚଳକୁ ରେଡ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି:ଗତ 4 ଦିନ ଧରି ହିମାଚଳରେ ଅନବରତ ବର୍ଷା ହାଲ ବେହାଲ କରିଛି । ଜଳମଗ୍ନ ହୋଇଛି ହିମାଚଳ । ଭୂସ୍ଖଳରେ ହିମାଚଳରେ 5ଜଣଙ୍କର ମୃତ୍ୟୁ ହୋଇଛି । ଆଗାମୀ 24 ଘଣ୍ଟା ଯାଏଁ ମଧ୍ୟ ହିମାଚଳରେ ପ୍ରବଳ ବର୍ଷା ହେବା ଆକଳନ କରିଛି ପାଣିପାଗ ବିଭାଗ । ପାହାଡିଆ ରାଜ୍ୟର ଅନେକ ଜିଲ୍ଲାକୁ ରେଡ୍‌ ଓ ଅରେଞ୍ଚ ୱାର୍ଣ୍ଣିଂ ଜାରି କରାଯାଇଛି । ସୋଲନ, ସିମଲା, କୁଲ୍ଲୁରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି ହୋଇଛି । ଉନା, ହମିରପୁର, କାଗଡା ଏବଂ ଚବାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆଇଏମଡି ଆକଳନ ଅନୁଯାୟୀ ଆଗାମୀ 5ଦିନ ଉତ୍ତରାଖଣ୍ଡ, ପୂର୍ବ ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ସମେତ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉପକୂଳ କର୍ଣ୍ଣାଟକରେ ହାଲୁକା ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତା 5 ଦିନ କେରଳ ଓ ଆଜି ଉପକୂଳ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବ ।

ଏହା ବି ପଢନ୍ତୁ...ଉତ୍ତରାଖଣ୍ଡରେ ଭୟଙ୍କର ଭୂସ୍ଖଳନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଉତ୍ତର ଭାରତରେ ପ୍ରବଳ ବର୍ଷାର କାରଣ:ସମଗ୍ର ଉତ୍ତର ଭାରତରେ ପ୍ରବଳ ବର୍ଷା ଜାରି ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଚଳିତ ବର୍ଷ ପଶ୍ଚିମା ଝଡ଼ ଓ ମୌସୁମୀ ପବନ ପାଇଁ ଉତ୍ତର ଭାରତରେ ବର୍ଷା ଲାଗି ରହିଛି । ଜୁଲାଇ ପୂର୍ବରୁ କିଛି ଦିନରେ ଉତ୍ତର ପଶ୍ଚିମ ଭାରତରେ ହୋଇଥିବା ବର୍ଷା ସମଗ୍ର ଦେଶରେ ନିଆଣ୍ଟିଆ ବର୍ଷାର ପରିମାଣକୁ କମ କରିଛି । ମୌସୁମୀ ବର୍ଷା 243.2 ମିମି ରେକର୍ଡ ହୋଇଛି । ଯାହା 239.1 ମିମିରୁ 2 ପ୍ରତିଶତ ଅଧିକ । ଏହା ପୂର୍ବରୁ ଜୁନ ଶେଷକୁ ପୁରା ଦେଶରେ 148.6 ମିମି ବର୍ଷା ହୋଇଥିଲା । ଯାହା ସାମାନ୍ୟ ବର୍ଷାଠୁ 10 ପ୍ରତିଶତ କମ ଥିଲା । 13 ଜୁଲାଇକୁ ଉତ୍ତରାଖଣ୍ଡର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।

ABOUT THE AUTHOR

...view details