ଓଡିଶା

odisha

ETV Bharat / bharat

QS World Ranking: ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ତାଲିକାରେ ଟପ୍ ୧୫୦ରେ IIT Bombay

ଆଇଆଇଟି ବମ୍ବେର ବଡ ସଫଳତା । କ୍ୟୁଏସ ବିଶ୍ବ ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗରେ ଶ୍ରେଷ୍ଠ ୧୫୦ ମଧ୍ୟରେ ସ୍ଥାନ ପାଇଲା ସଂସ୍ଥାନ । ଅଧିକ ପଢନ୍ତୁ

QS World Ranking
ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ

By

Published : Jun 28, 2023, 3:28 PM IST

Updated : Jun 28, 2023, 5:54 PM IST

ନୂଆଦିଲ୍ଲୀ: ଆଇଆଇଟି ବମ୍ବେର ବଡ ଉପଲବ୍ଧି । କ୍ୟୁଏସ ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗରେ(QS world ranking) ଶ୍ରେଷ୍ଠ ୧୫୦ ତାଲିକାରେ ସ୍ଥାନ ପାଇଛି ଆଇଆଇଟି ବମ୍ବେ । କ୍ୟୁଏସ କ୍ବାକ୍ବାରେଲି ସାଇମଣ୍ଡସ ପକ୍ଷରୁ ଆଜି(ବୁଧବାର) ଏହି ବିଶ୍ବବିଦ୍ୟାଳୟ ରାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି । ଚଳିତ ବର୍ଷ ଆଇଆଇଟି ବମ୍ବେ ଭଲ ପ୍ରଦର୍ଶନ ପାଇଁ ୧୭୭ତମ ସ୍ଥାନରୁ ଉପରକୁ ଉଠି ୧୪୯ତମ ସ୍ଥାନ ଅଧିକାର କରିଛି । ଏହାରି ସହିତ ଦେଶରେ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନର ଗୌରବ ମଧ୍ୟ ଅର୍ଜନ କରିଛି । ଏନେଇ କ୍ୟୁଏସ ପ୍ରତିଷ୍ଠାତା ତଥା ସିଇଓ ନୁନଜିଓ କ୍ବାକ୍ବାରେଲି ଏହି ସଂସ୍ଥାନକୁ ଅଭିନନ୍ଦନ ଜଣାଇଛନ୍ତି ।

ସଂସ୍ଥାନ ରାଙ୍କିଙ୍ଗ 2024 ରାଙ୍କିଙ୍ଗ 2023
ଆଇଆଇଟି ବମ୍ବେ 149 172
ଆଇଆଇଟି ଦିଲ୍ଲୀ 197 174
ଆଇଆଇଏସସି(IISc) 225 155
ଆଇଆଇଟି ଖଡଗପୁର 271 270
ଆଇଆଇଟି କାନପୁର 278 264
ଆଇଆଇଟି ମାଡ୍ରାସ 285 250
ଆଇଆଇଟି ଗୌହାଟୀ 250 384
ଆଇଆଇଟି ରୁରକି 369 369
ଦିଲ୍ଲୀ ବିଶ୍ବବିଦ୍ୟାଳୟ 407 521
ଜେଏନୟୁ 601 601

କ୍ୟୁଏସ ଅନ୍ତର୍ଜାତୀୟ ବିଶ୍ବବିଦ୍ୟାଳୟ ପ୍ରତିବର୍ଷ ବିଶ୍ବର ସର୍ବଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଲିକା ପ୍ରକାଶ କରିଥାଏ । ସିଇଓ କ୍ବାକ୍ବାରେଲି କହିଛନ୍ତି ଯେ, ଚଳିତ ବର୍ଷ ଏହି ରାଙ୍କିଙ୍ଗରେ ବିଶ୍ବର ୨୯୦୦ ସଂସ୍ଥାନକୁ ସ୍ଥାନ ମିଳିଛି । ଏଥିରେ ୪୫ଟି ଭାରତୀୟ ବିଶ୍ବବିଦ୍ୟାଳୟ ରହିଛି । ଏହି କ୍ୟୁଏସ ବିଶ୍ବବିଦ୍ୟାଳୟ ମାନ୍ୟତା ତାଲିକାରେ ପୂର୍ବରୁ ୨୦୧୬ରେ ଆଇଆଇଏସସି(IISc) ବେଙ୍ଗାଲୁରୁ ସବୁଠୁ ଅଧିକ ୧୪୭ତମ ରାଙ୍କ ହାସଲ କରିଥିଲା । ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଆଇଆଇଟି ବମ୍ବେ କ୍ୟୁଏସ ରାଙ୍କିଙ୍ଗରେ ୧୦୦ରୁ ୫୧.୭ ପ୍ରତିଶତ ସ୍କୋର ସହ ଭାରତର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଏବଂ ବିଶ୍ବସ୍ତରରେ ୧୪୯ତମ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ସ୍ଥାନର ମାନ୍ୟତା ପାଇଛି ।

ଏହାମଧ୍ୟ ପଢନ୍ତୁ: First Lappy Lab: ଲ୍ୟାପି ଲ୍ୟାବ.. ବହି ନୁହେଁ ଲ୍ୟାପଟପରେ ପଢିବେ

ଆଇଆଇଟି ବମ୍ବେ ପ୍ରଥମ ଥର ଟପ୍-୧୫୦ ତାଲିକାରେ ସ୍ଥାନ ପାଇଛି । ଚଳିତ ବର୍ଷ ୨୩ଟି ବର୍ଗରେ ଏହି ସଂସ୍ଥାନ ଭଲ ପ୍ରଦର୍ଶନ କରିଛି । ସେହିପରି ଏ ବର୍ଷ ପ୍ରଥମ ଥର ୪୫ଟି ଭାରତୀୟ ଶିକ୍ଷାନୁଷ୍ଠାନ କ୍ୟୁଏସ ରାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି । ୯ଟି ମାପଦଣ୍ଡକୁ ନେଇ କ୍ୟୁଏସ ରାଙ୍କିଙ୍ଗ ତାଲିକା ପ୍ରସ୍ତୁତ ହୋଇଛି । ଚଳିତ ବର୍ଷ ଆଇଆଇଏସି ବେଙ୍ଗାଲୁରୁ ଅତି ଖରାପ ପ୍ରଦର୍ଶନ ପାଇଁ ୧୫୫ତମ ସ୍ଥାନରୁ ଖସି ସିଧା ୨୨୫ତମ ସ୍ଥାନରେ ପହଞ୍ଚିଛି । ଯାହା ଫଳରେ ବର୍ତ୍ତମାନ ଏହି ସଂସ୍ଥାନ ଦେଶର ସର୍ବଶ୍ରେଷ୍ଠ ମାନ୍ୟତା ହରାଇ ତୃତୀୟ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ହୋଇଛି । ଏହି କ୍ରମରେ ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ତାଲିକାରେ ଆଇଆଇଟି ଦିଲ୍ଲୀ ୧୭୪ତମ ସ୍ଥାନରୁ ୧୯୭ତମ, ଆଇଆଇଟି କାନପୁର ୨୬୪ ରୁ ୨୭୮ତମ, ଆଇଆଇଟି ମାଡ୍ରାସ ୨୫୦ତମ ସ୍ଥାନରୁ ଖସି ୨୮୫ତମରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2023, 5:54 PM IST

ABOUT THE AUTHOR

...view details