ଶ୍ରୀନଗର:ଜମ୍ମୁ କାଶ୍ମୀରର ରଜୌରୀରେ ଟଳିଲା ବଡ ବିପଦ । ଆତଙ୍କୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡିକୁ ଉଦ୍ଧାର ପରେ କରାଗଲା ନିଷ୍କ୍ରିୟ । ଆତଙ୍କବାଦୀଙ୍କ ଏପରି ଯୋଜନା ପଣ୍ତ ହେବା ପରେ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି ।
ସୂଚନା ଅନୁସାରେ, ଜମ୍ମୁ ରଜୌରୀରେ ଜାତୀୟ ରାଜପଥ ବାଥୋନି ଦିଲୋଗ୍ରା ନିକଟ ଏକ ପୋଲରେ ସୁରକ୍ଷାକର୍ମୀଙ୍କୁ କ୍ଷତି ପହଞ୍ଚାଇବା ନେଇ ଆତଙ୍କୀ ସେଠାରେ ଖଞ୍ଜି ଥିଲେ ଆଇଡି । ହେଲେ ବିଶେଷ ସୂତ୍ରରୁ ଖବର ପାଇଁ ସେଠାରେ ପହଞ୍ଚିଥିଲା ସୁରକ୍ଷା ବାହିନୀ ସହ ବୋମା ନିଷ୍କ୍ରିୟକାରୀ ଦଳ ।