ଓଡିଶା

odisha

ETV Bharat / bharat

ବିଦେଶରେ ରଣକୌଶଳ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା, ଜଲୱା ଦେଖାଇବ Tejas - ଭାରତୀୟ ବାୟୁ ସେନା ଖବର

ପୁଣି ବିଦେଶରେ ନିଜର ରଣ କୌଶଳ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା । ଆସନ୍ତା ମାର୍ଚ୍ଚ ୬ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ବହୁ ଦେଶୀୟ ବାୟୁସେନା ସମରାଭ୍ୟାସରେ ଯୋଗ ଦେଇ ନିଜର ଦକ୍ଷତା ଦେଖାଇବ ବାୟୁସେନା । ଅଧିକ ପଢନ୍ତୁ

ବିଦେଶରେ ରଣକୌଶଳ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା
ବିଦେଶରେ ରଣକୌଶଳ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

By

Published : Feb 23, 2022, 5:24 PM IST

ନୂଆଦୀଲ୍ଲୀ: ପୁଣି ବିଦେଶରେ ନିଜର ରଣ କୌଶଳ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା । ଆସନ୍ତା ମାର୍ଚ୍ଚ ୬ ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ବହୁ ଦେଶୀୟ ବାୟୁସେନା ସମରାଭ୍ୟାସରେ ଯୋଗ ଦେଇ ନିଜର ଦକ୍ଷତା ଦେଖାଇବ ବାୟୁସେନା । ଏଥିପାଇଁ ଆଜି ୫ଟି ତେଜସ୍‌ ଏୟାରକ୍ରାଫ୍ଟ ୟୁନାଇଟେଡ କିଙ୍ଗଡମ ଅଭିମୁଖେ ଉଡାଣ ଭରିଛନ୍ତି ।

ବିଦେଶରେ ରଣକୌଶଳ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

ତେବେ ଏହି ବହୁ ଦେଶୀୟ ବାୟୁସେନା ସମରାଭ୍ୟାସର ନାଁ ରହିଛି 'ଏକ୍ସ କୋବ୍ରା ୱାରିୟର ୨୨' । ତେବେ ୟୁକେରେ ଆସନ୍ତା ମାସ ୬ ତାରିଖରେ ହେବାକୁ ଥିବା ସମରାଭ୍ୟାସରେ ଆଇଏଏଫ୍‌ର ହାଲୁକା ଯୁଦ୍ଧ ବିମାନ(Light Combat Aircraft ) ସହ ତେଜସ୍‌ ଏୟାରାକ୍ରାଫ୍ଟ ଅଂଶ ଗ୍ରହଣ କରିବ । ଏଥିରେ ନିଜର ଯୁଦ୍ଧ କୌଶଳ ଓ ପରାକ୍ରମ ପ୍ରଦର୍ଶନ ଦେଖାଇବ ଭାରତୀୟ ବାୟୁସେନା ।

ଅନ୍ୟପଟେ ଏହି ସମରାଭ୍ୟାସର ମୂଳ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ଦେଶର ବାୟୁସେନା ପକ୍ଷରୁ ଅଂଶ ଗ୍ରହଣ କରିଥିବା ଯୁଦ୍ଧ ବିମାନ ନିଜର କାର୍ଯ୍ୟକ୍ଷମତା ଓ ଶ୍ରେଷ୍ଠ ଅଭ୍ୟାସ ପ୍ରଦର୍ଶନ କରିବେ । ଏହା ଦ୍ବାରା ଦେଶ ଦେଶ ମଧ୍ୟରେ ଯୁଦ୍ଧ କ୍ଷମତା ବୃଦ୍ଧି ସହ ଅନ୍ତର୍ଜାତୀୟ ବନ୍ଧ୍ବତା ଆହୁରି ନିବଡ ହେବ । ସେହିପରି ୟୁନାଇଟେଡ କିଙ୍ଗଡମ ଅଭିମୁଖେ ଉଡାଣ ଭରିଥିବା ୫ଟି ତେଜସ୍‌ ଏୟାରକ୍ରାଫ୍ଟକୁ ଜରୁକାଳୀନ ପରିବହନ ସୁବିଧା ଯୋଗାଇବା ପାଇଁ ସାମିଲ ହୋଇଛି ଭାରତୀୟ ବାୟୁସେନାର C-17 ଏୟାରକ୍ରାଫ୍ଟ ।

@PIB

ABOUT THE AUTHOR

...view details