ନୂଆଦିଲ୍ଲୀ:ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ମିଶନକୁ ଗୁରୁତ୍ବ ଦେବା ପାଇଁ ପ୍ରୟାସ ଜାରି ରଖିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର । ଭାରତୀୟ ବାୟୁସେନା ପାଇଁ ଆବଶ୍ୟକ ୧୧୪ ଯୁଦ୍ଧ ବିମାନ ମଧ୍ୟରୁ ୯୬ଟି ବିମାନ ଭାରତରେ ନର୍ମାଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ମୋଟ ଦେଢ ଲକ୍ଷ୍ୟ କୋଟି ଟଙ୍କାର ଖର୍ଚ୍ଚ ଖର୍ଚ୍ଚ ଅଟକଳ ଧାର୍ଯ୍ୟ କରାଯାଇଛି । ଅବିଶିଷ୍ଟ ୧୮ ବିମାନ ବିଦେଶୀ କମ୍ପାନୀ ଠାରୁ କ୍ରୟ କରିବ ଭାରତୀୟ ବାୟୁସେନା ।
ଆତ୍ମନିର୍ଭର ଭାରତ ଅଭିଯାନରେ ୯୬ ଲଢୁଆ ବିମାନ ନିର୍ମାଣ କରିବ ବାୟୁସେନା - ଭାରତୀୟ ବାୟୁସେନାର ନୂଆ ଯୁଦ୍ଧ ବିମାନ
୧୧୪ ଲଢୁଆ ବିମାନ କ୍ରୟ ନିଷ୍ପତ୍ତିରେ ଆତ୍ମନିର୍ଭର ଭାରତ ଅଭିଯାନକୁ ଗୁରୁତ୍ବ । ଭାରତୀୟ କମ୍ପାନୀଙ୍କ ଦ୍ବାରା ନିର୍ମାଣ ହେବ ୯୬ଲଢୁଆ ବିମାନ । ଅବଶିଷ୍ଟ ୧୮ ବିମାନ ବିଦେଶୀ ନିର୍ମାତାଙ୍କ ଠାରୁ କ୍ରୟ କରିବ ଭାରତୀୟ ବାୟୁସେନା । ଅଧିକ ପଢନ୍ତୁ
ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟି ରଖି ଭାରତୀୟ ବାୟୁସେନା ୧୧୪ ଅତ୍ୟାଧୁନିକ ଲଢୁଆ ବିମାନ Multirole Fighter Aircraft (MRFA) ବାୟୁସେନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ମିଶନରେ ଆତ୍ମନିର୍ଭର ଭାରତ ଅଭିଯାନକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଉଛି । ଏହି ଅଭିଯାନରେ 'Buy Global and Make in India' ମିଶନ ଅଧୀନରେ ଭାରତୀୟ ବିମାନ ନିର୍ମାଣକାରୀ କମ୍ପାନୀଗୁଡିକ ବିଦେଶୀ କମ୍ପାନୀଙ୍କ ସହ ସହଭାଗୀତାରେ ଉତ୍ପାଦନ କରିପାରିବେ ।
୧୧୪ ବିମାନ ମଧ୍ୟରୁ ୧୮ଟି ବିମାନ ବିଦେଶୀ କମ୍ପାନୀଠାରୁ କ୍ରୟ କରାଯିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟ ୩୬ ବିମାନ ଉଭୟ ଭାରତୀୟ ଓ ବିଦେଶୀ କମ୍ପାନୀ ମିଳିତ ସହଯୋଗରେ ଭାରତରେ ହିଁ ନିର୍ମାଣ କରିବେ । ଏହି ନିର୍ମାଣ ପାଇଁ ଭଭୟ ଭାରତୀୟ ମୁଦ୍ରା ଓ ବିଦେଶୀ ମୁଦ୍ରା ଆକାରରେ ଅର୍ଥ ପ୍ରଦାନ କରିବେ ସରକାର । ସେହିପରି ଅବଶିଷ୍ଟ ୬୦ ଲଢୁଆ ବିମାନ ସମ୍ପୂର୍ଣ୍ଣ ଭାରତୀୟ କମ୍ପାନୀ ଦ୍ବାରା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।